ପାଟଣାଗଡ଼ ୩।୫: ଜୁନ୍ ୧୭ରେ ସରୁଛି ଡେଡ଼ଲାଇନ ତା ପୂର୍ବରୁ ହେବ ଶୁଣାଣି । ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାର୍ଶଲ ବୋମା ଘଟଣାକୁ ନେଇ ଆସିଛି ଏଭଳି ଖବର । କାରଣ ସାରା ରାଜ୍ୟ ସହ ଦେଶରେ ବହୁ ଚର୍ଚ୍ଚାର ବିଷୟ ପଲଟିଥିଲା ପାଟଣାଗଡ଼ ପାର୍ସଲ ବୋମା ଘଟଣା । ତେବେ ଶନିବାର ଏହାର ଶେଷ ସାକ୍ଷ୍ୟ ଗ୍ରହଣ ହୋଇଛି । ତେବେ ପାର୍ସଲ ବୋମା ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ଭର୍ଚୁଆଲ ମୋଡ୍ରେ କୋର୍ଟରେ ହାଜର ହୋଇଥିବା ବେଳେ ପୁଞ୍ଜିଲାଲଙ୍କ ସପକ୍ଷରେ ହେଲା ସାକ୍ଷଗ୍ରହଣ । ପଡୋଶୀ ଜିତେନ ପଟେଲ ଦେଲେ ସାକ୍ଷ । ଆସନ୍ତା ୫ ତାରିଖ ପ୍ରତିପକ୍ଷ ସାକ୍ଷ ନେଇ ହେବ ଶୁଣାଣି । ଆସନ୍ତା ୬ ତାରିଖରୁ ଏହି ମାମଲାର ଶୁଣାଣି ଆରମ୍ଭ ହେବ । ଏହି ମାମଲାକୁ ୩ ମାସ ଭିତରେ ସାରିବାକୁ ସୁପ୍ରିମକୋର୍ଟ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଜୁନ୍ ୧୭କୁ ୩ ମାସ ସରିଯାଇଥିବା ବେଳେ ଏହି ମାମଲାର ଚୂଡ଼ାନ୍ତ ଶୁଣାଣି ହେବ ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ ଯେ, ୨୦୧୮ ଫେବୃଆରୀ ୨୩ ତାରିଖରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଘଟିଥିଲା I ବିସ୍ଫୋରଣରେ ନବ ବିବାହିତ ସୌମ୍ୟଶେଖର ସାହୁ ଓ ତାଙ୍କ ଜେଜେମା’ ଜେମାମଣି ସାହୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା I ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଧ୍ୟାପକ ପୁଞ୍ଜିଲାଲ ଭଇଁଷା କଲେଜ ଅଧ୍ୟକ୍ଷା ସଂଯୁକ୍ତା ସାହୁଙ୍କ ଘରକୁ ପାର୍ସଲ ବୋମା ପଠାଇଥିଲେ I ସଂଯୁକ୍ତାଙ୍କ ପୁଅ ସୌମ୍ୟଶେଖର ସାହୁଙ୍କ ବାହାଘର ୨୦୧୮ ମସିହା ଫେବ୍ରୁଆରୀ ୧୭ ତାରିଖରେ ହୋଇଥିଲା I ପୁଞ୍ଜି ବିବାହ ଉପହାର ଭାବେ ଏକ ଗିଫ୍ଟ ଦେଇଥିଲା । ୨୩ ତାରିଖ ଦିନ ପାର୍ସଲ ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା I ଏଥିରେ ସୌମ୍ୟ ଶେଖର ଓ ତାଙ୍କ ଜେଜେମା’ଙ୍କର ମୃତ୍ୟୁ ଘଟିଥିଲା I ନବବିବାହିତା ପତ୍ନୀ ରୀମା ସାହୁ ଗୁରୁତର ଭାବେ ଆହତ ହୋଇଥିଲେ I ଘଟଣାର ତଦନ୍ତ କରି କ୍ରାଇମବ୍ରାଞ୍ଚ ପୁଞ୍ଜିଲାଲ ମେହେରଙ୍କୁ ୨୦୧୮ ଏପ୍ରିଲ ୨୫ ତାରିଖରେ ଗିରଫ କରିଥିଲା I ସେବେଠାରୁ ପୁଞ୍ଜିଲାଲ ବଲାଙ୍ଗୀର ଜିଲ୍ଲା କାରାଗାରରେ ବିଚାର ବିଭାଗୀୟ କଏଦୀ ଭାବେ ଅଛନ୍ତି ।
You Can Read: