କୂଅରୁ ବାହାରୁଛି ପେଟ୍ରୋଲ, ଦିଆସିଲି ମାରିଲେ ପାଣିରେ ଜଳୁଛି ନିଆଁ

Published By : Prameya-News7 Bureau | June 06, 2024 IST

ନୂଆପଡା ୬।୬: କୂଅରୁ ବାହାରୁଛି ପେଟ୍ରୋଲ । ଦିଆସିଲି ମାରିଲେ ପାଣିରେ ଜଳୁଛି ନିଆଁ । ଚିନ୍ତାରେ ଚାରି ପରିବାର । ପାଖରେ ଏକ ପେଟ୍ରୋଲ ପମ୍ପ ରହିଥିବା ବେଳେ ସେଥିରୁ ଲିକେଜ ହେଉଥିବା ଅନୁମାନ । 

ନୂଆପଡା ଜିଲ୍ଲା ସିନାପାଲି ଶ୍ରୀରାମ ଛକରେ ପ୍ରଶାନ୍ତ ନାଏକଙ୍କ ସହ ଚାରି ଭାଇଙ୍କ ଏକମାତ୍ର ସାହାଭରସା ଗୋଟିଏ କୂଅ । ମୋଟର ଯୋଗେ ପାଣି ନେଇ ବ୍ୟବହାର କରୁଥିଲେ । ହେଲେ ହଠାତ ପେଟ୍ରୋଲ ଗନ୍ଧ ଆସିବ ପରେ ବାଲ୍ଟି ଯୋଗେ ପାଣି କାଢିବା ପରେ ସେଥିରେ ପେଟ୍ରୋଲ ଅଂଶ ରହୁଥିବା ଦେଖିଥିଲେ । ଯାହାକୁ ଦିଆସିଲି ମାରିଲେ ମଧ୍ୟ ଜଳୁଛି । ଖବର ପାଇ ସଙ୍ଗେ ସଙ୍ଗେ ସିନାପାଲି ଅଗ୍ନିଶମ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଥିବା ବେଳେ ଅତି ନିକଟରେ ଥିବା ପେଟ୍ରୋଲ ପମ୍ପରୁ ଲିକେଜ୍ ହୋଇ କୂଅରେ ପେଟ୍ରୋଲ ମିଶୁଥିବା ଅନୁମାନ କରିଥିଲେ । କୁଆରୀ ପାଣି ବ୍ୟବହାର ପାଇଁ ମନା କରାଯାଇଥିବା ବେଳେ ପେଟ୍ରୋଲ ପମ୍ପକୁ ମଧ୍ୟ ବନ୍ଦ କରିଦିଆଯାଇଛି । ସମ୍ବଲପୁରରୁ ଏକ ବିଶେଷଜ୍ଞ ଦଳ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା ରହିଛି । ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ବ୍ଲକ ପ୍ରଶାସନ ହାଲୁକା ଭାବେ ଦେଖିଥିବା ଜଣାପଡିଛି ।

You Can Read :

ଚଳନ୍ତା ଟ୍ରକ୍‌ର ଫାଟିଲା ଚକ, ଲାଗିଗଲା ନିଆଁ


 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.