ଟ୍ରକ୍କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ : ଚାପିହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ

Published By : Prameya-News7 Bureau | April 03, 2024 IST

ଟାଙ୍ଗୀ ୩।୪: ଟ୍ରକ୍‌କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍ । ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅଧିନସ୍ଥ ଜାତୀୟ ରାଜପଥର ନୂଆଗଡ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ସୂଚନାଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଥାନା ଅଧିନସ୍ଥ ଜାତୀୟ ରାଜପଥର ନୂଆଗଡ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତା ପାର୍ଶ୍ୱରେ ଅଟକି ରହିଥିବା ଏକ ମାଲ୍ ବୋଝେଇ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଏକ ପିକଅପ୍ ଭ୍ୟାନ୍ । ଦୁର୍ଘଟଣାସ୍ଥଳରେ ହିଁ ପିକଅପ୍ ଭ୍ୟାନ୍‌ଚାଳକଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ଜଣଙ୍କ ହେଉଛନ୍ତି ପଶ୍ଚିମବଙ୍ଗର ତପନ କୁମାର ପଣ୍ଡା ଏବଂ ପିକଅପ୍ ଭ୍ୟାନ୍‌ର ଚାଳକଙ୍କ ବେପାରୁଆ ଓ ଦ୍ରୁତ ଗତିରେ ଗାଡ଼ି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଛି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ବାଲୁଗାଁ ପୋଲିସ ପକ୍ଷରୁ ମୃତକ ପରିବାରକୁ ଅବଗତ କରାଯାଇଛି । ଅନ୍ୟପଟରେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ମୃତକ ଜଣକ ଗାଡ଼ି ମଧ୍ୟରେ ଚାପି ହୋଇ ରହିଥିଲେ । ତେଣୁ ସ୍ଥାନୀୟ ଦମକଳ ବାହିନୀ ପକ୍ଷରୁ ମୃତକଙ୍କୁ ଉଦ୍ଧାର କରାଯାଇଛି ।

You Can Read :

ରୋଷେଇ ବେଳେ ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଗୋଟିଏ ପରିବାରର ୫ ଗୁରୁତର

 

 

  • accident
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.