‘ଏକ ଅଛନ୍ତି ତ ସେଫ ଅଛନ୍ତି, କଂଗ୍ରେସ ଜାତିଜାତି ଲଢଉଛି’: ନରେନ୍ଦ୍ର ମୋଦି

Published By : Prameya-News7 Bureau | November 08, 2024 IST

ଧୁଲେ ୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ଧୂଲେରେ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ବିରୋଧୀ ମେଣ୍ଟ ‘ମହାବିକାଶ ଅଘାଡି’ କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ମହାବିକାଶ ଅଘାଡ଼ି ଗାଡ଼ିରେ ଏମିତିରେ ଚକ ନାହିଁ କି ବ୍ରେକ ନାହିଁ ଓ ଡ୍ରାଇଭର ସିଟରେ ବସିବା ପାଇଁ ଝଗଡା ହେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆଗାମୀ ୫ ବର୍ଷରେ ମହାରାଷ୍ଟ୍ରର ପ୍ରଗତି ଏକ ନୂଆ ଉଚତାକୁ ପହଞ୍ଚିବ ଓ ଏହା କେବଳ ମହାଯୁତି ସରକାର ହିଁ ଦେଇ ପାରିବ। 

ଏହି ଅବସରରେ ପ୍ରଧାନମନ୍ତ୍ରୀ ‘ଏକ ହୈ ତୋ ସେଫ ହୈ’ ନାରା ଦେଇ କହିଛନ୍ତି ଯେ କଂଗ୍ରେସ ଗୋଟିଏ ଜାତିକୁ ଆଉ ଗୋଟିଏ ଜାତି ସହ ଲଢେଇବାର ବିପଦଜନକ ଖେଳ ଖେଳୁଛି ଓ ଏହି ଖେଳ ଏଥି ପାଇଁ ଖେଳା ଯାଉଛି କଂଗ୍ରେସ ଦଳିତ, ପଛୁଆ ଓ ଆଦିବାସୀଙ୍କୁ ଆଗକୁ ବଢୁଥିବାର ଦେଖିବାକୁ ଚାହେଁନି,ଏହା କଂଗ୍ରେସର ଇତିହାସ। ସ୍ୱାଧୀନତା ସମୟରେ ବାବା ସାହେବ ଆମ୍ବେଦକର ଶୋଷିତ ଓ ବଞ୍ଚିତଙ୍କୁ ସଂରକ୍ଷଣ ପ୍ରଦାନ ନିମନ୍ତେ ଅନେକ ଉଦ୍ୟମ କରିଥିଲେ।  ତେବେ ନେହେରୁ କୌଣସି ପରିସ୍ଥିତିରେ ଦଳିତ, ପଛୁଆ ଓ ଆଦିବାସୀଙ୍କୁ ସଂରକ୍ଷଣ ନ ମିଳୁ ଜିଦିରେ ଅଡି ଯାଇଥିଲେ। 

ଏଣୁ ବହୁ କଷ୍ଟରେ ବାବା ସାହେବ ଦଳିତ ଓ ପଛୁଆଙ୍କ ଲାଗି ସଂରକ୍ଷଣ ବ୍ୟବସ୍ଥା କରିପାରିଥିଲେ। ନେହେରୁଙ୍କ ପରେ ଇନ୍ଦିରା ଆସିଲେ ସେ ମଧ୍ୟ ସଂରକ୍ଷଣକୁ ନେଇ ସେହି ମନଭାବ ପ୍ରଦର୍ଶନ କଲେ। ତାଙ୍କର ଇଛା ଥିଲା କୌଣସି ପରିସ୍ଥିତିରେ ଏସସି, ଏସଟି ଏବଂ ଓବିସିଙ୍କୁ ଯେପରି ପ୍ରତିନିଧିତ୍ୱ ନ ମିଳୁ। ଏଥିରୁ ଚିନ୍ତା କରନ୍ତୁ ଅଲଗା ଅଲଗା ଜାତିରେ ବିଭାଜିତ ହେଲେ ଆପଣମାନେ କେତେ କମଜୋର ହେବେ। ଏଣୁ ମୁଁ କହୁଛି ଏକ ହୈ ତୋ ସେଫ ହୈ। ଆମେ  ଏକଜୁଟ ରହି କଂଗ୍ରେସର ବିପଦଜନକ ଖେଳକୁ ବିଫଳ କରିବାକୁ ପଡିବ ଓ ବିକାଶ ରାସ୍ତାରେ ଆଗକୁ ବଢୁଥିବା।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.