ଶ୍ରୀଲଙ୍କା ଉପକୂଳ ଇରାନୀ ଜାହାଜ ଉପରେ ବୁଡ଼ାଜାହାଜର ଆକ୍ରମଣ; ୭୮ ଆହତ, ୧୦୧ ନିଖୋଜ

NEWS7
pm-modi-reached-at-baripada-of-mayurbhanj

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ ଭାରତ ମହାସାଗରରେ ଦେଖିବାକୁ ମିଳିଛି ତାର ଆଉ ଏକ ଧଲକ। ଶ୍ରୀଲଙ୍କା ନୌସେନା ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ଶ୍ରୀଲଙ୍କା ଉପକୂଳରେ ଏକ ଇରାନୀ ଜାହାଜ ଉପରେ ଏକ ସବମରାଇନ୍ ବା ବୁଡ଼ାଜାହାଜ ଆକ୍ରମଣ କରିଛି । ଫଳରେ ୭୮ ଜଣ ଆହତ ହୋଇଥିବା ବେଳେ, ୧୦୧ ଜଣ ନିଖୋଜ ଅଛନ୍ତି।

ରଏଟର୍ସ ଅନୁଯାୟୀ, ଶ୍ରୀଲଙ୍କା ଉପକୂଳରେ ଏକ ବୁଡ଼ାଜାହାଜ ଦ୍ୱାରା ଏକ ଇରାନୀ ଜାହାଜ ଉପରେ ଆକ୍ରମଣ କରାଯାଇଥିଲା। କଲମ୍ବୋରୁ ମିଳିଥିବା ସୂଚନା ଅନୁଯାୟୀ, ଉଦ୍ଧାର କାର୍ଯ୍ୟ ଚାଲିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ସମୟରେ ଏହି ଆକ୍ରମଣ ହୋଇଛି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଯଦି ସମୁଦ୍ର ପଥକୁ ଟାର୍ଗେଟ କରାଯାଏ, ତେବେ ବିଶ୍ୱ ତୈଳ ଯୋଗାଣ ଏବଂ ବାଣିଜ୍ୟ ଗୁରୁତର ଭାବରେ ପ୍ରଭାବିତ ହୋଇପାରେ। ଏପର୍ଯ୍ୟନ୍ତ କୌଣସି ଦେଶ କିମ୍ବା ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ହୋଇନାହାଁନ୍ତି। ତଥାପି, ଆଞ୍ଚଳିକ ସାମରିକ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି, ଏହି ଘଟଣା ଅନ୍ତର୍ଜାତୀୟ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି।

ଅନ୍ୟପକ୍ଷରେ, AP ମିଡିଆ ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କାର ଦକ୍ଷିଣ ଉପକୂଳ ନିକଟରେ ଇରାନୀ ନୌସେନା ଜାହାଜ IRIS Dena ବୁଡ଼ି ଯାଉଥିବାର ଜଣାପଡ଼ିଥିଲା। ବୈଦେଶିକ ମନ୍ତ୍ରୀ ବିଜିତା ହେରାଥ ସଂସଦରେ କହିଥିଲେ ଯେ ଜାହାଜରେ ମୋଟ ୧୮୦ ଜଣ ଥିଲେ ଏବଂ ବିପଦର ବାର୍ତ୍ତା ପାଇବା ପରେ, ନୌସେନା ଏବଂ ବାୟୁସେନାକୁ ତୁରନ୍ତ ପଠାଯାଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ ଅନିଲ ଜାସିଙ୍ଘେଙ୍କ ଅନୁଯାୟୀ, ୩୨ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜଣଙ୍କ ଅବସ୍ଥା ଗୁରୁତର ଏବଂ ୭ ଜଣଙ୍କର ଜରୁରୀକାଳୀନ ଚିକିତ୍ସା ଚାଲିଛି। ଜାହାଜଟି କିପରି କ୍ଷତିଗ୍ରସ୍ତ ହୋଇଛି ଏବଂ ନାବିକମାନେ କିପରି ଆହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଶ୍ରୀଲଙ୍କାର ଅଧିକାରୀମାନେ କହିଛନ୍ତି ଯେ ଏହାର ବିସ୍ତୃତ ତଦନ୍ତ କରାଯିବ।