ପ୍ରତିଶ୍ରୁତି ରଖିଲେ ପ୍ରଧାନମନ୍ତ୍ରୀ: ବ୍ରହ୍ମପୁରର ଲକ୍ଷ୍ମୀ ନାରାୟଣଙ୍କୁ ଚିଠି ପଠାଇଲେ ମୋଦୀ

Published By : Prameya-News7 Bureau | June 14, 2024 IST

News7

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଚିଠି ପଠାଇବି। ପ୍ରତିଶ୍ରୁତି ରକ୍ଷା କରି ପ୍ରଧାନମନ୍ତ୍ରୀ ଚିଠି ପଠାଇଛନ୍ତି। ବ୍ରହ୍ମପୁର ତୁଳସୀନଗର ଅଞ୍ଚଳର ଲଷ୍ମୀ ନାରାୟଣ ମହାରଣାଙ୍କୁ ପଠାଇଛନ୍ତି ଚିଠି। 

ମେ ମାସ ୬ ତାରିଖରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ବ୍ରହ୍ମପୁର ଉପକଣ୍ଠ କନିଷି ଆସିଥିବା ବେଳେ ନିର୍ବାଚନୀ ସଭାରେ ଲଷ୍ମୀ ନାରାୟଣ ହାତ ତିଆରି ମୋଦୀ ଜୀଙ୍କ ଏକ ଫଟୋ କଳାକୃତି ପ୍ରଦାନ କରିଥିଲେ। 

ଫଟୋ ଦେଖି ଚିଠି ପଠାଇବି ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଜୀ କହିଥିଲେ। ଏବେ ଇମେଲରେ ଚିଠି ପାଇ ଲକ୍ଷ୍ମୀ ଖୁସି ଜାହିର କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.