କଥା ଦେଇ କଥା ରଖିଲେ ମୋଦୀ, ଫଟୋ ଦେଇଥିବା ବ୍ରହ୍ମପୁରର ଦୁଇ ଭଉଣୀଙ୍କୁ ପଠାଇଲେ ଚିଠି

Published By : Prameya-News7 Bureau | June 15, 2024 IST

ବ୍ରହ୍ମପୁର ୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଚିଠି ପଠାଇବି । ପ୍ରତିଶ୍ରୁତି ରକ୍ଷା କରି ପ୍ରଧାନମନ୍ତ୍ରୀ ଚିଠି ପଠାଇଛନ୍ତି । ବ୍ରହ୍ମପୁର ଉପକଣ୍ଠ କନିଷି ଅଞ୍ଚଳର ଦୁଇ ଭଉଣୀ ଆରାଧ୍ୟା ଦଳେଇ ଓ କ୍ରିଷ୍ଣା ଦେବୀଙ୍କୁ ପ୍ରଧାନମନ୍ତ୍ରୀ ପଠାଇଛନ୍ତି ଚିଠି ।

ମେ’ ମାସ ୬ ତାରିଖରେ ପ୍ରଧାନମନ୍ତ୍ରୀ ନିର୍ବାଚନ ପ୍ରଚାରରେ ବ୍ରହ୍ମପୁର ଉପକଣ୍ଠ କନିଷି ଆସିଥିବା ବେଳେ ନିର୍ବାଚନୀ ସଭାରେ ଦୁଇ ଭଉଣୀ ହାତ ତିଆରି ମୋଦୀ ଜୀଙ୍କ ଏକ ଫଟୋ କଳାକୃତି ଏବଂ ମହିଳା ସଶକ୍ତିକରଣ ଫଟୋ ପ୍ରଦାନ କରିଥିଲେ । ଫଟୋ ଦେଖି ପ୍ରଧାନମନ୍ତ୍ରୀ ମୋଦୀ ଚିଠି ପଠାଇବି ବୋଲି କହିଥିଲେ । ଏବେ ଚିଠି ପାଇ ଦୁଇ ଭଉଣୀ ଖୁସି ଜାହିର କରିଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ  ଧନ୍ୟବାଦ ଜଣାଇଛନ୍ତି । 

You Can Read :

ପ୍ରତିଶ୍ରୁତି ରଖିଲେ ପ୍ରଧାନମନ୍ତ୍ରୀ: ବ୍ରହ୍ମପୁରର ଲକ୍ଷ୍ମୀ ନାରାୟଣଙ୍କୁ ଚିଠି ପଠାଇଲେ ମୋଦୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.