ନୂଆଦିଲ୍ଲୀ ୨୩।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ମହାଯୁତୀର ପ୍ରଚଣ୍ଡ ବିଜୟକୁ ଐତିହାସିକ କହିଛନ୍ତି। ଏହା ବିକାଶ ଓ ସୁଶାନର ବିଜୟ ବୋଲି ପ୍ରଧାନମନ୍ତ୍ରୀ କହିଥିବା ବେଳେ ଝାଡ଼ଖଣ୍ଡରେ ହେମନ୍ତ ସୋରେନ ଓ ଜେଏମଏମ ନେତୃତ୍ୱାଧୀନ ମେଣ୍ଟକୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳକୁ ନେଇ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଲେଖିଛନ୍ତି ବିକାଶର ଜିତ୍! ସୁଶାସନର ଜିତ!
Development wins!
— Narendra Modi (@narendramodi) November 23, 2024
Good governance wins!
United we will soar even higher!
Heartfelt gratitude to my sisters and brothers of Maharashtra, especially the youth and women of the state, for a historic mandate to the NDA. This affection and warmth is unparalleled.
I assure the…
ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଏକଜୁଟ ହୋଇ ଆମେ ଆହୁରି ଉଚ୍ଚକୁ ଉଠିପାରିବା। ଏନଡିଏକୁ ଐତିହାସିକ ଜନାଦେଶ ଦେଇଥିବାରୁ ମହାରାଷ୍ଟ୍ରର ଭାଇ ଭଉଣୀ ବିଶେଷ କରି ରାଜ୍ୟର ଯୁବ ଓ ମହିଳାଙ୍କୁ ହାର୍ଦ୍ଦିକ କୃତଜ୍ଞତା। ମୁଁ ଲୋକଙ୍କୁ ଆଶ୍ୱସ୍ତ କରୁଛି ଆମର ମେଣ୍ଟ ମହାରାଷ୍ଟ୍ରର ପ୍ରଗତି ପାଇଁ ଏହିପରି କାମ କରୁଥିବ, ଜୟ ମହାରାଷ୍ଟ୍ର। ସେହିପରି ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡ ନିର୍ବାଚନ ଫଳାଫଳ ନେଇ କହିଛନ୍ତି ଯେ ‘ଆମ ପ୍ରତି ଝାଡ଼ଖଣ୍ଡ ଲୋକଙ୍କ ସମର୍ଥନ ଲାଗି ଧନ୍ୟବାଦ’।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମେ ଲୋକଙ୍କ ପ୍ରସଙ୍ଗ ଉଠାଇବା ଓ ରାଜ୍ୟ ନିମନ୍ତେ କାମ କରିବାରେ ସବୁବେଳେ ଆଗରେ ରହିବୁ। ମୁଁ ରାଜ୍ୟରେ ସେମାନଙ୍କ ପ୍ରଦର୍ଶନ ଲାଗି ଜେଏମଏମ ନେତୃତ୍ୱାଧୀନ ମେଣ୍ଟକୁ ବଧେଇ ଜଣାଉଛି। ଏହା ଛଡା ପ୍ରଧାନମନ୍ତ୍ରୀ ଅନ୍ୟ ରାଜ୍ୟ ମାନଙ୍କରେ ହୋଇଥିବା ଉପନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ମିଳିଥିବା ବିଜୟ ପାଇଁ କହିଛନ୍ତି ଯେ ଏନଡିଏର ଜନକଲ୍ୟାଣକାରୀ ପ୍ରୟାସର ଗୁଞ୍ଜନ ପ୍ରତ୍ୟେକ ସ୍ଥାନରେ ଶୁଣିବାକୁ ମିଳୁଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ଏକ୍ସରେ ‘ବିଭିନ୍ନ ରାଜ୍ୟରେ ଲୋକଙ୍କୁ ବିଭିନ୍ନ ଉପନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ଆଶିର୍ବାଦ ଦେଇଥିବାରୁ ଧନ୍ୟବାଦ ଦେଉଛି’।
NDA’s pro-people efforts resonate all over!
— Narendra Modi (@narendramodi) November 23, 2024
I thank people across various states for blessing NDA candidates in the various by-polls held. We will leave no stone unturned in fulfilling their dreams and aspirations.
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏନଡିଏର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଆମେ ଗର୍ବିତ, ସେମାନେ ତୃଣମୂଳ ସ୍ତରରେ କାମ କରିଛନ୍ତି। ସମାନେ କଠିନ ପରିଶ୍ରମ କରିଛନ୍ତି, ଏଥିପାଇଁ ସେମାନେ ଲୋକଙ୍କ ଗହଣକୁ ଯାଇଛନ୍ତି ଓ ଆମ ସୁଶାସନ ଏଜେଣ୍ଡାରେ ବିସ୍ତୃତ ଆଲୋଚନା କରିଛନ୍ତି। ଯାହାକୁ ଆମେ ଏବେ ନିର୍ବାଚନ ଫଳାଫଳରେ ଦେଖୁଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।