ଇରାନ୍‌ରେ ଫସିଥିବା ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଆରମ୍ଭ, ପହଞ୍ଚିଛି ପ୍ରଥମ ବିମାନ

NEWS7
police-arrest-a-man-in-link-with-job-fraud-scam

ନୂଆଦିଲ୍ଲୀ ୧୭/୦୧: ଇରାନରେ ଫସିରହିଥିବା ଭାରତୀୟମାନେ ଦେଶକୁ ଫେରିଛନ୍ତି । ଭାରତ ସରକାରଙ୍କ ପରାମର୍ଶ ଅନୁଯାୟୀ ଇରାନରେ ଥିବା ଏକାଧିକ ଭାରତୀୟ ଆଜି ଫେରିଛନ୍ତି । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାକାର ସ୍ଥିତି ଅତ୍ୟନ୍ତ ଜଟିଳ ଥିବା ପ୍ରକାଶ କରିଛନ୍ତି । ଇରାନରେ ସଙ୍କଟ ଜାରି ରହିଥିବାବେଳେ ଭାରତ ଏହାର ନାଗରିକଙ୍କୁ ସତର୍କ ରହିବାପାଇଁ କହିଛି । ଇରାନରୁ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ କରିଛି ।

ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି, ଭାରତ ଏହାର ନାଗରିକଙ୍କୁ ବର୍ତ୍ତମାନ ଇରାନକୁ ଯାତ୍ରା ନକରିବାପାଇଁ ପରାମର୍ଶ ଦେଇଛି ଏବଂ ଏବେ ଯେଉଁମାନେ ସେଠାରେ ଅଛନ୍ତି ସେମାନଙ୍କୁ ତୁରନ୍ତ ଦେଶ ଛାଡ଼ିଦେବାପାଇଁ କୁହାଯାଇଛି । ଜୟସ୍ବାଲ କହିଛନ୍ତି, ଇରାନରେ ଏବେ ପ୍ରାୟ ୯ ହଜାର ଭାରତୀୟ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଛାତ୍ର । ଜୟସ୍ବାଲ କହିଛନ୍ତି, ନିକଟରେ ଆମେ ୨ରୁ ୩ଟି ପରାମର୍ଶାବଳୀ ଜାରି କରିଛୁ ।

ଭାରତରେ ଆମ ନାଗରିକଙ୍କୁ ଆମେ ଇରାନ ଯିବାପାଇଁ ବାରଣ କରିଛୁ ଏବଂ ଇରାନରେ ଥିବା ଭାରତୀୟ ନାଗରିକଙ୍କୁ ତୁରନ୍ତ ଯେକୌଣସି ଉପାୟରେ ଦେଶ ଛାଡ଼ିଦେବାପାଇଁ କହିଛୁ । ସରକାର ସ୍ଥିତି ଉପରେ ଭଲଭାବେ ନଜର ରଖିଛନ୍ତି ଏବଂ ଭାରତୀୟ ନାଗରିକଙ୍କ ସୁରକ୍ଷା ପ୍ରତି ସରକାର ପ୍ରତିଶ୍ରୁତିବଦ୍ଧ । ଭାରତୀୟ ନାଗରିକଙ୍କ ସୁରକ୍ଷା ପାଇଁ ଯାହା ଆବଶ୍ୟକ ତାହା କରାଯିବ । ଇରାନରେ ଥିବା ନାଗରିକଙ୍କୁ ଦୂତାବାସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି ।