କଟକ ପରେ ଭୁବନେଶ୍ବର: ଦଶହରା ପୂଜା ଓ ଭସାଣରେ ଶୁଭିବନି ଡିଜେ ସାଉଣ୍ଡ

Published By : Prameya-News7 Bureau | September 24, 2024 IST

ଭୁବନେଶ୍ବର ୨୪/୯: ପ୍ରଥମେ କଟକ । ଏବେ ଭୁବନେଶ୍ବର । ଏଥର ରାଜଧାନୀ ଦୁର୍ଗାପୂଜାରେ ବାଜିବନି ଡିଜେ । ଭୁବନେଶ୍ବରରେ ଦୁର୍ଗାପୂଜା ପାଳନ ନେଇ ଆସିଛି କଟକଣା । ପୂଜା ଓ ଭସାଣି ଶୋଭାଯାତ୍ରାରେ ଶୁଭିବନି ଡିଜେ ସାଉଣ୍ଡ। ନିଶାମୁକ୍ତ ପାଇଁ ପୂଜା କମିଟି ଦେବେ ସତ୍ୟପାଠ । ପୂଜାକୁ ମଦମୁକ୍ତ ଓ ପ୍ଲାଷ୍ଟିକ ମୁକ୍ତ କରିବାକୁ ଦିଆଯାଇଛି ପରାମର୍ଶ । ପୂଜା କମିଟି ଓ ପୋଲିସ ବୈଠକରେ ଏ ନିଷ୍ପତ୍ତି ହୋଇଛି । ବୈଠକରେ ମେୟର ଓ ବିଧାୟକ ଉପସ୍ଥିତ ଥିଲେ । କିଛି ଦିନ ପୂର୍ବରୁ କଟକରେ ମଧ୍ୟ ଦଶହରାରେ ଡିଜେ ବ୍ୟାନ କରାଯାଇଥିଲା ।

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.