ଆନନ୍ଦପୁର ୫।୧: ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ବରାଙ୍ଗ ଗାଁ ନିକଟରେ ଚୋରା ଦେଶୀ ମଦ ପ୍ରସ୍ତୁତି ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ଫଳରେ ରବିବାର ଭୋର ସମୟରୁ କେନ୍ଦୁଝର ଏସ୍ପିଙ୍କ ନିର୍ଦ୍ଦେଶରେ ରାମଚନ୍ଦ୍ରପୁର ପୋଲିସ ଫୋର୍ସ ନେଇ ଚଢାଉ କରିଥିଲା । ପୋଲିସକୁ ଦେଖି ମଦ ପ୍ରସ୍ତୁତକାରୀ ଲୋକେ ସେଠାରୁ ଦୌଡି ପଳାଇଥିବା ବେଳେ ସେଠାରେ ଥିବା ୧୫୦ ଲିଟରରୁ ଉର୍ଦ୍ଧ୍ବ ଦେଶୀ ମଦ ଓ ୨ହଜାର କ୍ବିଣ୍ଟାଲରୁ ଅଧିକ ପୋଚକୁ ଢାଳି ନଷ୍ଟ କରିଥିଲା ପୋଲିସ । ଏଥିସହ ମଦ ପ୍ରସ୍ତୁତିରେ ବ୍ୟବହୃତ ସିଲଭର ହାଣ୍ଡି, ପ୍ଲାଷ୍ଟିକ୍ ଡ୍ରମ୍ ସବୁକୁ ଜବତ କରିଛି ପୋଲିସ । ଏ ସମ୍ପର୍କରେ ଏକ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଛି ପୋଲିସ ।
You Can Read:
ପାଣି ପଞ୍ଚାୟତ ଗୁଡିକର ନିର୍ବାଚନ ଓ ଅଡିଟ୍ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ