ହାତରେ ଥିବା ଲେଖାରୁ ମିଳିବ କି ମହିଳାଙ୍କ ପରିଚୟ ? ଫିଙ୍ଗର ପ୍ରିଣ୍ଟ ନେଇ ଆଧାର ସହ ଯୋଡ଼ିବ ପୋଲିସ

Published By : Prameya-News7 Bureau | December 14, 2024 IST

Breaking_2

କଟକ  ୧୪।୧୨: କଟକ ପରମହଂସ କାଠଯୋଡି ପଠାରେ ମହିଳାଙ୍କୁ ବୀଭତ୍ସ ହତ୍ୟାକାଣ୍ଡ ଘଟଣାକୁ ୨୪ ଘଣ୍ଟା ବିତିଲାଣି । ଏ ପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ପାଇପାରିନାହିଁ ପୋଲିସ । ପୋଲିସ ପ୍ରଥମେ ମହିଳାଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛି । ମହିଳାଙ୍କ ହାତରେ ଲେଖାଥିବା ଓମ୍ ବାବା ବଳିଆ ଓ ପିତା ମାତା ଲେଖାକୁ ନେଇ ମହିଳାଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରୁଛି ପୋଲିସ । ପରିଚୟ ଜାଣିବାକୁ ପୋଲିସ ବାବା ବଳିଆ ଆଶ୍ରମକୁ ଯାଇ ମହିଳାଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଆରମ୍ଭ କରିଛି । ପରିଚୟ ଖୋଜିବା ପାଇଁ ମହିଳାଙ୍କ ଫିଙ୍ଗରପ୍ରିଣ୍ଟରୁ ଆଧାର ସହ ଯୋଗକରାଯିବ ବୋଲି ଡିସିପି ଜଗମୋହନ ମୀନା କହିଛନ୍ତି । ଏଥିସହ ପରିଚୟ ପାଇଁ ପୋଲିସ କଟକ ନିକଟବର୍ତ୍ତୀ ଜିଲ୍ଲାକୁ ଅବଗତ କରିଛି । ତେବେ ମହିଳାଙ୍କ ହାତରେ ବାବା ବଳିଆ ଲେଖା ଥିବାରୁ ସେ ଜଗତସିଂହପୁର ଜିଲ୍ଲାର ବୋଲି ସନ୍ଦେହ କରାଯାଉଛି । ଏଥିସହ ହତ୍ୟାକାଣ୍ଡ ଘଟିଥିବା ସ୍ଥାନରେ ଲାଗୁଥିବା ବିଭିନ୍ନ ସିସିଟିଭି କ୍ୟାମେରାର ଯାଞ୍ଚ ଆରମ୍ଭ କରିଛି ଏକ ଟିମ୍ । ତେବେ ମହିଳାଙ୍କ ପରିଚୟ ପାଇବା ଏବେ ପୋଲିସ ପାଇଁ ବଡ଼ ଚାଲେଞ୍ଜ । ମହିଳାଙ୍କ ପରିଚୟ ମିଳିବା ପରେ ତଦନ୍ତ ଆଗକୁ ବଢିବ ବୋଲି କଟକ ଡିସିପି କହିଛନ୍ତି ।

ହତ୍ୟାକାଣ୍ଡ ସ୍ଥଳରୁ ଜବତ ଥିବା ଏକ ପ୍ୟାଣ୍ଟରେ ଲାଗିଥିବା ଏକ ଟେଲର ଦୋକାନର ରସିଦକୁ ନେଇ ମଧ୍ୟ ଖୋଳତାଡ଼ ଜାରି ରଖିଛି । କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ନ୍ୟୁ ଷ୍ଟାର ଟେଲର ସମ୍ପର୍କରେ ଜାଣିବା ପାଇଁ ତଥ୍ୟ ହାସଲ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି । ଏଥି ସହ ଘଟଣାର ତଦନ୍ତ କରିବା ପାଇଁ ଚାରୋଟି ଟିମ୍ ଗଠନ କରିଛି ପୋଲିସ । ତେବେ ଯଦି ଦେଖିବା ଏଭଳି ଚାରୋଟି ହତ୍ୟାକାଣ୍ଡ ଏଭଳି କଟକ ସହରରେ ଘଟାଇଛି ଯାହା ଆଜି ପର୍ଯ୍ୟନ୍ତ ଘଟଣା ଉପରୁ ପୋଲିସ ପରଦା ଉଠାଇ ପାରିନାହିଁ । ୨୦୧୭ ମସିହା କଟକ ସିଡିଏ ନରାଜ ନିକଟରେ ମିଳିଥିବା ଏକ ମହିଳାଙ୍କ ମୁଣ୍ଡବିହୀନ ଶବ ଘଟଣାରେ ପୋଲିସ ହାତ ଖାଲି ପଡ଼ିଛି । ସେହିଭଳି ୨୦୧୯ ମସିହାରେ ବେଲେଶ୍ୱର ଘଟିଥିବା ବୃଦ୍ଧ ଦମ୍ପତ୍ତି ହତ୍ୟା ଘଟଣାରେ ପୋଲିସ ହାତ ଖାଲି ପଡ଼ିଛି ସେହିଭଳି ଚଳିତବର୍ଷ ମେ’ ମାସରେ ଜଗତପୁରରେ ଘଟିଥିବା ନାବାଳକ ତାପସ ପ୍ରଧାନ ହତ୍ୟା ଘଟଣାରେ ମଧ୍ୟ ପୋଲିସ ହାତ ଖାଲି ପଡ଼ିଛି । ତେବେ ମହିଳାଙ୍କୁ ଦୁଷ୍କର୍ମ ହୋଇନଥିବା କହିଛନ୍ତି ଡିସିପି ।

You Can Read:

IAS ବିଷ୍ଣୁପଦ ସେଠୀଙ୍କ ଦୁଇ ଡ୍ରାଇଭରଙ୍କୁ ଜେରା କଲା ସିବିଆଇ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.