ଭାରତରେ ଲଞ୍ଚ୍ ହେଲା ଓଜନ କମାଉଥିବା ଔଷଧ Ozempic, ଡାଇବେଟିସ୍‌କୁ କରିବ ନିୟନ୍ତ୍ରଣ; ଜାଣନ୍ତୁ ମୂଲ୍ୟ

NEWS7
politics-raised-over-sahadev-nayak-murder-case

ନୂଆଦିଲ୍ଲୀ: ଡେନ୍‌ମାର୍କର ଔଷଧ ନିର୍ମାତା କମ୍ପାନି Novo Nordisk ନିଜର ବହୁପ୍ରତୀକ୍ଷିତ ଡାଇବେଟିଜ୍ ଔଷଧ Ozempic ଭାରତରେ ଲଞ୍ଚ୍ କରିଛି । କମ୍ପାନି ଏହାର ୦.୨୫ ଏମଜିର ସାପ୍ତାହିକ ଡୋଜର ମୂଲ୍ୟ ୨୨୦୦ ଟଙ୍କା ଧାର୍ଯ୍ୟ କରିଛି । ଏକ ରିପୋର୍ଟ ଅନୁସାରେ, ଭାରତୀୟ ବଜାରରେ ଏହି ଔଷଧ ୦.୨୫ ଏମଜି, ୦.୫ ଏମଜି ଓ ୧ ଏମଜି ଉପଲବ୍ଧ ହେବ । Ozempic ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ପାଇଁ ଏକ ସାପ୍ତାହିକ ଇଞ୍ଜେକ୍ସନ ଅଟେ, ଯାହା ୨୦୧୭ରୁ ଆମେରିକା ସମେତ ଦୁନିଆର ଅନେକ ଦେଶରେ ଉପଲବ୍ଧ ହେବ ।

କମ୍ପାନି ଦ୍ୱାରା ଘୋଷଣା ମୂଲ୍ୟ ଅନୁସାରେ ୧ mg ଡୋଜର ମୂଲ୍ୟ ୧୧,୧୭୫ ଟଙ୍କା ପ୍ରତି ମାସ ରଖାଯାଇଛି । ସେହିପରି ୦.୫ mg ଡୋଜର ମୂଲ୍ୟ ୧୦,୧୭୦ ଟଙ୍କା ପ୍ରତି ମାସ ରଖାଯାଇଛି । ୦.୨୫ mg ଡୋଜ୍ ପାଇଁ ୮,୮୦୦ ଟଙ୍କା ପ୍ରତି ମାସ ଖର୍ଚ୍ଚ କରିବାକୁ ହେବ । ସାପ୍ତାହିକ ଆଧାରରେ ୦.୨୫ mgର ପ୍ରାରମ୍ଭିକ ମୂଲ୍ୟ ୨୨୦୦ ଟଙ୍କା ରଖାଯାଇଛି ।

ଭାରତର ଔଷଧ ନିୟାମକ ସଂସ୍ଥା CDSCO ଅକ୍ଟୋବର ୨୦୨୪ରେ Ozempicକୁ ଟାଇପ୍-୨ ଡାଇବେଟିସ୍ ଥିବା ବୟସ୍କଙ୍କ ବ୍ୟବହାର ପାଇଁ ମଞ୍ଜୁରୀ ଦେଇଥିଲା । ଆମେରିକାର ଏଫଡିଏ ଅନୁସାରେ, ଏହା ଔଷଧ ଡାଏଟ୍ ଓ ବ୍ୟାୟାମ ସହ ମିଶି ବ୍ଲଡ୍ ସୁଗର କଣ୍ଟ୍ରୋଲରେ ସାହାଯ୍ୟ କରିବ । ଏହା କାର୍ଡିୟୋବସ୍କୁଲର ରୋଗ ଥିବା ଟାଇପ୍-୨ ଡାଇବେଟିସ୍ ରୋଗୀଙ୍କ ହୃତ୍‌ପିଣ୍ଡ ସହ ଜଡ଼ିତ ବିପଦକୁ କମ କରିବାରେ ସହାୟକ ହେବ ।

Ozempic ଶରୀରରେ ଥିବା ପ୍ରାକୃତିକ ହର୍ମୋନ ଜିଏଲପି-୧ ପରି କାମ କରିଥାଏ । ଏହା ବ୍ଲଡ୍ ସୁଗର ବଢିଲେ ଇନସୁଲିନ୍ ଉତ୍ପାଦନକୁ ପ୍ରୋତ୍ସାହିତ କରିଥାଏ । ପେଟ ଖାଲି ହେବା ପ୍ରକ୍ରିୟାକୁ ଧିମା କରିଥାଏ, ଫଳରେ ଦୀର୍ଘ ସମୟ ଯାଏ ଭୋକ ଲାଗେ ନାହିଁ । ହାଇ ଡୋଜରେ ଏହା ଭୋକକୁ କମ କରିଥାଏ, ଏଥିପାଇଁ ଅନେକ ଦେଶରେ ଏହାକୁ ଓଜନ କମାଇବା ପାଇଁ ବ୍ୟବହାର କରାଯାଇଥାଏ ।

ଏହାର କିଛି ସାମାନ୍ୟ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି । ଏହାଦ୍ୱାରା ଅଗ୍ନାଶୟକୁ କ୍ଷତି ପହଞ୍ଚିବାର ବିପଦ ରହିଛି । ପିତକୋଷ ସହ ଜଡ଼ିତ ସମସ୍ୟା ମଧ୍ୟ ହୋଇପାରେ । ଏହା ନେବା ଦ୍ୱାରା ବାନ୍ତି, ପେଟ ଯନ୍ତ୍ରଣା, କୋଷ୍ଠ କାଠିନ୍ୟ ପରି ସମସ୍ୟା ହୋଇପାରେ ।