ମାଲକାନଗିରିରେ ବିଳମ୍ବିତ ରାତି ଯାଏଁ ଚାଲିଥିଲା ମତଦାନ : ଭିଡ ଓ ଇଭିଏମ୍‌ ତ୍ରୁଟି ଯୋଗୁଁ ବିଳମ୍ବ

Published By : Prameya-News7 Bureau | May 14, 2024 IST

ମାଥିଲି ୧୪।୫: ବିଳମ୍ବିତ ରାତି ଯାଏଁ ଚାଲିଥିଲା ମତଦାନ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ମାଥିଲି ବ୍ଲକ ଅନ୍ତର୍ଗତ ବାୟାପୂଜାରିଗୁଡା ଏବଂ ଭଣ୍ଡାରୀ ପାଙ୍ଗାମ ବୁଥ୍‌ରେ ଏପରି ଦେଖିବାକୁ ମିଳିଥିଲା । ରାତି ୧୨ଟା ଯାଏଁ ଭୋଟ୍ ଦେଇଥିଲେ ଭୋଟର । ପ୍ରଶାସନର ବ୍ୟବସ୍ଥା ଭିତରେ ଅନୁଷ୍ଠିତ ହୋଇଥିଲା ଭୋଟ୍ ଗ୍ରହଣ । ଭିଡ ଯୋଗୁ ବିଳମ୍ବ ହୋଇଥିଲା ଭୋଟ୍ ଗ୍ରହଣ । ଦୁଇ ଦୁଇ ଥର ଇଭିଏମ୍‌ର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭୋଟ୍ ଗ୍ରହଣ ବିଳମ୍ବ ଘଟିଥିଲା । ପରେ ଇଭିଏମ୍‌ ତ୍ରୁଟିକୁ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ଠିକ୍ କରାଯାଇଥିଲା । ସେହିପରି ପରେ ସନ୍ଧ୍ୟା ସମୟରେ ଭୋଟ୍ ଗ୍ରହଣ ମନ୍ଥର ଗତିରେ ଚାଲିଥିଲା । ଭିଡ ଯୋଗୁଁ ମଧ୍ୟ ରାତି ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ସେକ୍ଟର ଅଫିସ୍ ଓ ଟିମ୍ ପହଞ୍ଚି ମତଦାନକୁ ସୁରୁଖୁରରେ ଶେଷ କରାଇଥିଲେ ।

ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାର ସମସ୍ତ ୫୪୭ଟି ବୁଥ୍‌ରେ ସୋମବାର ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି । ସବୁଠି ମତଦାନ କରିବା ଲାଗି ଲୋକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଥିଲା । ଲୋକଙ୍କ ଭିଡ ଓ ଇଭିଏମ ତ୍ରୁଟି ଯୋଗୁଁ କେତେକ ବୁଥ୍‌ରେ ରାତି ୧୦ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯାଇଥିଲା । ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୬୬.୬୦ ପ୍ରତିଶତ ମତଦାନ ହୋଇଥିବା ବେଳେ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୪.୮୧ ପ୍ରତିଶତ ମତଦାନ ହୋଇଛି । କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସୋମବାର ରାତିରେ ଇଭିଏମ ମେସିନ ଗୁଡିକ ମାଲକାନଗିରି ପଲିଟେକନିକ କଲେଜ ଭିତରେ ରଖାଯାଇଛି ।

You Can Read :

ସୋରରେ ପ୍ରାର୍ଥୀ ବଦଳାଇଲା ବିଜେପି, ରାଜେନ୍ଦ୍ର ଦାସଙ୍କ ସ୍ଥାନରେ ଲଢିବେ ପର୍ଶୁରାମ ଧଡ଼ା

 

 

  • Malkangiri
  • odisha
  • OdishaNews
  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.