ଭୋଟ୍ ପରେ ରାଜନୈତିକ ହିଂସା, ଆକ୍ରମଣ ସହ ଭଙ୍ଗାରୁଜା ଅଭିଯୋଗ

Published By : Prameya-News7 Bureau | May 28, 2024 IST

ନିଶ୍ଚିନ୍ତକୋଇଲି ୨୮।୫: ତୃତୀୟ ପର୍ଯ୍ୟାୟ ନିର୍ବାଚନ ସରିଲା ପରେ ରାଜନୈତିକ ହିଂସା ହୋଇଥିବା ଅଭିଯୋଗ ହୋଇଛି । ଗତ ୨୫ ତାରିଖ ତୃତୀୟ ପର୍ଯ୍ୟାୟ ନିର୍ବାଚନ କଟକ ସଦର ନିର୍ବାଚନମଣ୍ଡଳୀରେ ଶାନ୍ତିଶୃଙ୍ଖଳାର ସହ ସରି ଯାଇଥିବା ବେଳେ, ଅଭିଯୋଗ ହୋଇଛି ରାତିରେ ଘଟିଥିଲା ନିର୍ବାଚନୀ ପର ହିଂସା । ୮ ରୁ ୧୦ ଜଣ ଯୁବକ ହାତରେ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଧରି ଘରେ ପସି କରିଛନ୍ତି ପରିବାର ସଦସ୍ୟଙ୍କୁ ଆକ୍ରମଣ, ଭଙ୍ଗାରୁଜା ଓ ଲୁଟ୍ ଭଳି ସଙ୍ଗୀନ ଅଭିଯୋଗ । ମାମଲା ଏବେ ଯାଇ ଥାନାରେ ପହଞ୍ଚିଛି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ତଥା କିଶନନଗର ଥାନା ମାହାଳ ଫାଣ୍ଡି ଅଧିନସ୍ଥ ମହମ୍ମଦପରୁ ଗାଁର ରାଜକିଶୋର ଦାସଙ୍କ ଘରେ ଗତ ୨୫ ତାରିଖ ରାତିରେ ୮ରୁ ୧୦ ଯୁବକ ହାତରେ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଧରି, ଘରେ ପସି ପରିବାର ସଦସ୍ୟଙ୍କୁ ଆକ୍ରମଣ କରିଥିବା, ଘରର ଆସବାବପତ୍ର ଭଙ୍ଗାରୁଜା କରିବା ସହ ଘରୁ ସୁନା ଅଳଙ୍କାର ଅଭିଯୁକ୍ତମାନେ ଲୁଟି ନେଇଥିବା ନେଇ ସୋମବାର କିଶନନଗର ଥାନାରେ ରାଜକିଶୋର ଏକ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ସେହିଦିନ ରାତିରେ ଏହି ପଞ୍ଚାୟତର ବିଶ୍ବନାଥପୁର ଗାଁର ନୃସିଂହ ମଲ୍ଲିକଙ୍କୁ ଏହି ଯୁବକମାନେ ଆକ୍ରମଣ କରିଥିବା କୁଦାନଗରୀ  ଥାନାରେ ଅଭିଯୋଗ କରିଥିଲେ ହେଲେ ଥାନା ଅଧିକାରିଣୀ ଏହି ଘଟଣା ତାଙ୍କ ଏରିଆ ଭିତରେ ଯାଉନଥିବାରୁ ତାଙ୍କୁ କିଶନନଗର ଥାନାରେ ଏତଲା ଦେବାକୁ ପରାମର୍ଶ ଦେଇଥିଲେ । 

ଅପରପକ୍ଷରେ ନୃସିଂହ ଆକ୍ରମଣ ଭୟରେ ସ୍ଥାନୀୟ ଗୌରାଙ୍ଗ ମଲ୍ଲିକଙ୍କ ପସିଯାଇଥିବା ବେଳେ, ଅଭିଯୁକ୍ତ ମାନେ ଗୌରାଙ୍ଗ କବାଟ ଭାଙ୍ଗି ଘରେ ପଶି ନୃସିଂହଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । 

You Can Read :

ଦୁଇ ବର୍ଷ ପରେ ସ୍ବାମୀ ପାଖକୁ ଫେରିଆସିଲେ, ପ୍ରେମିକ ଆକ୍ରମଣରେ ସ୍ବାମୀ ଗୁରୁତର

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.