ଆଳୁ ଦର ବୃଦ୍ଧି ପ୍ରସଙ୍ଗ: ପୂର୍ବ ସରକାରଙ୍କୁ ଦୋଷ ଦେଲେ,୨୪ ବର୍ଷ ଶାସନର ଫଳ ଏବେ ଭୋଗୁଛୁ

Published By : Prameya-News7 Bureau | January 06, 2025 IST

ଭୁବନେଶ୍ବର ୬/୧:  ଆଳୁ ଚାଷ ଉପରେ ଗୁରୁତ୍ବ ଦିଆଯାଉଛି । ରବିବାର କୃଷି ମନ୍ତ୍ରୀଙ୍କ ସହ ଏହି ବିଷୟରେ ଆଲୋଚନା ହୋଇଛି । ଚଳିତ ବର୍ଷ ୬ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଆଳୁ ଉତ୍ପାଦନ ହେବ । ପ୍ରତିବର୍ଷ  ୩ ଲକ୍ଷ ମେଟ୍ରିକ ଟନ୍‌ ଉତ୍ପାଦନ ହୁଏ । କିନ୍ତୁ ୧୪ ଲକ୍ଷ ମେଟ୍ରିକ ଟନ୍‌ର ଆବଶ୍ୟକତା ରହିଛି ଯାହା ପୂରଣ ପାଇଁ ୧୧ ଲକ୍ଷ ମେଟ୍ରିକ ଟନ୍‌ ଅନ୍ୟ ରାଜ୍ୟରୁ ଆମଦାନୀ ହୋଇଥାଏ । 

ଏଥରକ କୃଷିମନ୍ତ୍ରୀ କହିଛନ୍ତି ୬ ଲକ୍ଷ ମେଟ୍ରିକ ଟନ୍‌ରୁ ଅଧିକ ଆଳୁ ଚାଷ ହେବ । ଆଗକୁ ଆହୁରି ଅଧିକ ଯୋଜନା କରାଯିବ । ଆଳୁ ଉତ୍ପାଦନରେ ସ୍ବାବଲମ୍ବୀ ହେବ ଓଡ଼ିଶା । ଆଗାମୀ ଦିନରେ ଆଳୁର ଅଭାବ ରହିବନି ବୋଲି ଆଶ୍ବାସନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।  

ସେପଟେ ଆଳୁ ଦର ବୃଦ୍ଧି ପାଇଁ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ଯୋଗାଣ ମନ୍ତ୍ରୀ । ଆଳୁ ଦର ବୃଦ୍ଧି ଏବେ ହୋଇନି । ୨୪ ବର୍ଷ ଭିତରେ ଏମାନେ କିଛି କଲେନି । ନକରିବା କାରଣରୁ ଏହି ଫଳ ସମସ୍ତେ ଭୋଗୁଛନ୍ତି । ପୂର୍ବ ସରକାର କେବଳ କଥା କହିବାକୁ ଥିଲେ । କାମ କିଛି ନଥିଲା । 

ଆଳୁ,ପିଆଜ ଓ ପଣସ ମିଶନ ଫେଲ୍‌ ହେବା ପରେ ଲୋକମାନେ ତାଙ୍କୁ ଫେଲ୍‌ କରିଦେଲେ । ୨୦୨୪ ନିର୍ବାଚନରେ ଫେଲ୍‌ ହୋଇ ଘରେ ବସିଛନ୍ତି । ତା ପରେବି ଡେଉଁଛନ୍ତି । ସେମାନେ ଭାବୁଛନ୍ତି କଣ ଗୋଟିଏ କରିସ୍ମା ହୋଇଯିବ ଆଉ ନବୀନ ମୁଖ୍ୟମନ୍ତ୍ରୀ ହୋଇଯିବେ । ସେ ସ୍ବପ୍ନ ତାଙ୍କର ସ୍ବପ୍ନରେ ରହିଯିବ । ବିଜେଡି ଆଉ ୨୫ ବର୍ଷ ଯାଏ ସରକାରକୁ ଆସିବାର ନାହିଁ ।  

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.