ସାଇବର ଠକେଇର ଶିକାର ହେଲେ LIC ଏଜେଣ୍ଟ, ୩ ଖାତାରୁ ୩ ଲକ୍ଷ ଟଙ୍କା ଠକେଇ

NEWS7
prabhu-lingaraj--niti-has-been-stopped-for-three-days

ଭଦ୍ରକ: ସାଇବର୍ ଠକେଇର ଶିକାର ହୋଇଛନ୍ତି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳର ଦଳାଙ୍ଗ ଗ୍ରାମର ଜଣେ ଏଲଆଇସି ଏଜେଣ୍ଟ। ଠକେଇର ଶିକାର ଏଜେଣ୍ଟ ହେଲେ ଭରତ ଚନ୍ଦ୍ର ବାରିକ। ତାଙ୍କ ୩ଟି ବ୍ୟାଙ୍କ ଖାତାରୁ ମୋଟ ୩ ଲକ୍ଷ ୨୦ ହଜାର ଟଙ୍କା ଠକେଇ ହୋଇଛି। ସୂଚନା ଅନୁଯାୟୀ, ରାତି ପ୍ରାୟ ୮ଟା ସମୟରେ ପ୍ରଥମେ ସେଣ୍ଟ୍ରାଲ ବ୍ୟାଙ୍କ ଏବଂ ପରେ ୨ଟି ୟୁକୋ ବ୍ୟାଙ୍କ ଖାତାରୁ ଟଙ୍କା କଟିଯାଇଥିଲା।

ମୋବାଇଲକୁ ଆସିଥିବା ମେସେଜ ଦେଖି ଏହି ଘଟଣା ସମ୍ପର୍କରେ ସେ ଜାଣିପାରିଥିଲେ । ଭରତ ଚନ୍ଦ୍ର ବାରିକ ଏହା ପରେ ତୁରନ୍ତ ଧାମନଗର ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଚନ୍ତି । ଟଙ୍କା କିପରି କଟିଲା ତାହା ସେ ଜାଣିପାରୁନଥିବା ବେଳେ, ପକେଟରେ ମୋବାଇଲ ଥିଲା ଟଙ୍କା କଟିବା ମେସେଜ ଆସିଲା । ତାପରେ ମୋବାଇଲକୁ ବାରମ୍ବାର ଓଟିପି ଆସୁଥିବା ଦେଖିଥିଲେ ।

ଘଟଣା ସମ୍ପର୍କରେ ଧାମନଗର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସାଇବର୍ ଠକେଇ କିପରି ହେଲା ଏବଂ କେଉଁ ଗୋଷ୍ଠୀ ଏଥିରେ ସଂପୃକ୍ତ, ସେ ଦିଗରେ ପୋଲିସ ତଦନ୍ତ ଜୋରଦାର କରିଛି ।