ଶୂନ୍ୟକାଳରେ ଉଠିଲା ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ : ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ

Published By : Prameya-News7 Bureau | August 31, 2024 IST

ଭୁବନେଶ୍ବର ୩୧।୮: ପୁଣି ଗୃହରେ ଉଠିଲା ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ । ଅବକାରୀ ମନ୍ତ୍ରୀ ଇସ୍ତଫା ଦାବି କଲା ବିଜେଡି । ଶୂନ୍ୟକାଳରେ ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ନୀତି ନୈତିକତା ଓ ନିଶାମୁକ୍ତ କଥା କହି ସରକାରକୁ ଆସୁଥିବା ବିଜେପି, ଚିକିଟି ମଦ ମୃତ୍ୟୁ ପ୍ରସଙ୍ଗରେ କୁଆଡେ ଗଲା ନୀତି ନୈତିକତା । ମଦ ପିଇ ଯେଉଁମାନେ ଚିକିତ୍ସତି ହେଉଥିଲେ । ସେମାନଙ୍କ ମଧ୍ୟରୁ ଶନିବାର ଜଣଙ୍କର ମୃତ୍ୟୁ ଘଟିଛି । ଆଉ ୪ ଜଣଙ୍କ ଅବସ୍ଥା କହିହେବନି । କିନ୍ତୁ ତାକୁ ନେଇ ସରକାର ଚିନ୍ତିତ ନାହାନ୍ତି । ଥିଲେ ଆଜି ଜଣଙ୍କର ଜୀବନ ଯାଇନଥାନ୍ତା । ଆମ ଦଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲା ଆଉ ଆଜିର ଘଟଣା ପରେ ନୀତି ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଗୃହରେ ବି ତାର ତଥ୍ୟ ରଖନ୍ତୁ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ଦାବି କରିଛନ୍ତି ।

You Can Read:

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ ମହାସ୍ନାନ : ଭକ୍ତଙ୍କ ଗୋଡରେ ଆଘାତ ଲାଗି ପଡିଲା ରକ୍ତଛିଟା

 

  • odisha
  • OdishaNews
  • Odisha Assembly
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.