ଭୁବନେଶ୍ୱର ୮।୬: ବିଜେପିରେ ମିଶିବେ ପ୍ରସନ୍ନ ପାଟ୍ଟଶାଣୀ । ପଦ୍ମ ଧରିବେ ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ଖୁବଶୀଘ୍ର ବିଧିବଦ୍ଧ ଭାବରେ ବିଜେପିରେ ଯୋଗ ଦେବେ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ ନେତାଙ୍କ ସହ ପାଟ୍ଟଶାଣୀ ଆଲୋଚନା କରିଛନ୍ତି । ତେବେ ଏହା ଭିତରେ ପ୍ରସନ୍ନ ପାଟ୍ଟଶାଣୀ ବିଜେପି ଉତ୍ତରୀୟ ପକାଇଥିବା ଫଟୋ ସୋସିଆଲ ମିଡିଆରେ ଘୂରିବୁଲୁଛି । ଯାହାକୁ ନେଇ ଖୁବଶୀଘ୍ର ଆନୁଷ୍ଠାନିକ ଭାବେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନାଯୋଗ୍ୟ ଯେ, ବିଜେଡି ପ୍ରାର୍ଥୀ ଭାବେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ୫ ଥର ସାଂସଦ ହୋଇଥିଲେ ପ୍ରସନ୍ନ ପାଟ୍ଟଶାଣୀ । ପ୍ରସନ୍ନ ପାଟ୍ଟଶାଣୀ ୨୦୧୯ ଓ ୨୦୨୪ରେ ବିଜେଡି ଟିକେଟ୍ ପାଇଁ ଆଶାୟୀ ଥିଲେ । ବିଜେଡି ତାଙ୍କ ଉପରେ ଭରସା କରିନଥିଲା । ଏବେ ବିଜେପି ରାଜ୍ୟରେ ପୂର୍ଣ୍ଣ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିବାକୁ ଯାଉଛି । ଠିକ୍ ଏହି ସମୟରେ ପ୍ରସନ୍ନ ପାଟ୍ଟଶାଣୀ ବିଜେପି ମିଶିବା ନେଇ ରାଜନୈତକ ଚର୍ଚ୍ଚାକୁ ଖୋରାକ ଯୋଗାଉଛି ।
You Can Read :
ଅଧିକ ସୁଧ ଦେବା ଲୋଭ ଦେଖାଇ ଠକେଇ, କଲିକତାରୁ ଠକକୁ ବାନ୍ଧିଲା EOW