ଉତ୍କଳୀୟ ପରମ୍ପରା ପ୍ରଥମା ଅଷ୍ଟମୀ; ଶ୍ରୀମନ୍ଦିରରେ ପୋଢ଼ୁଆଁ ହେବେ ଶ୍ରୀବିଗ୍ରହ

Published By : Prameya-News7 Bureau | November 23, 2024 IST

ଭୁବନେଶ୍ବର: ମାର୍ଗଶୀର କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଉତ୍କଳୀୟ ପରମ୍ପରାରେ ଶନିବାର ପାଳିତ ହେଉଛି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢ଼ୁଆଁ ଅଷ୍ଟମୀରେ ସ୍ବତନ୍ତ୍ର ନୀତିକାନ୍ତି ହେଉଛି  ।  ନିଆଳୀ ମାମୁ ଘରୁ ଆସିଥିବା ନୂଆ ଭାରରେ ପୋଢୁଆଁ ହେବେ ଶ୍ରୀବିଗ୍ରହ । ମହାପ୍ରଭୁ  ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କ ସମେତ ଶ୍ରୀଦେବୀ, ଭୂଦେବୀ, ସୁଦର୍ଶନ ଓ ମଦନମୋହନଙ୍କ ପାଇଁ ମାମୁ ଘର ନିଆଳି ବ୍ଲକ୍‌ ମାଧବ ପଞ୍ଚାୟତର ଶ୍ରୀମାଧବାନନ୍ଦଜିଉ ମନ୍ଦିରରୁ ଶ୍ରୀମନ୍ଦିରକୁ ଶୁକ୍ରବାର ପୋଢ଼ୁଆଁ ଭାର ଆସିଛି । 

ପ୍ରତ୍ୟେକ ଓଡ଼ିଆ ଘରେ ପ୍ରଥମା ଅଷ୍ଟମୀ ଏକ ପ୍ରମୁଖ ପର୍ବ । ପୋଢ଼ୁଆ ଅଷ୍ଟମୀରେ ପିଠାମିଠାରେ ମହକୁଛି ଘରଦ୍ବାର । ଘରର ଜ୍ୟେଷ୍ଠ ସନ୍ତାନର ସୁଖ ସମୃଦ୍ଧି ଓ ଦୀର୍ଘଜୀବନ ପାଇଁ ଅନୁଷ୍ଠିତ ହୋଇଛି ଏହି ପୂଜାବିଧି। ମା’ ମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିବା ସହ ଜ୍ୟେଷ୍ଠ ସନ୍ତାନକୁ ନୂତନ ବସ୍ତ୍ର ପିନ୍ଧାଇ ଫୁଲଚନ୍ଦନରେ ବନ୍ଦାପନା କରିଛନ୍ତି । ଏହି ପଢୁଆଁ ଭାର ମାମୁ ଘରୁ ଆସିବାର ପରମ୍ପରା ରହିଛି । ମାମୁ ଘର ଲୋକ ଭଣଜା-ଭାଣୀଜିଙ୍କୁ ପୋଢୁଆଁ କରିଥାନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.