ପୁରୀ ୯।୧: ଭୁବନେଶ୍ୱରରେ ତିନି ଦିନ ଧରି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଅନୁଷ୍ଠିତ ହେଉଥିବା ବେଳେ ପ୍ରବାସୀ ଭାରତୀୟ ମାନେ ଆଜି ମଧ୍ୟ ପୁରୀ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି। ମହାପ୍ରଭୁଙ୍କ ଦର୍ଶନ ସହ ମହାପ୍ରସାଦ ସେବନ କରି ପ୍ରବାସୀ ଭାରତୀୟ ମାନେ ନିଜକୁ ବେଶ୍ ଭାଗ୍ୟବାନ ମନେ କରିଛନ୍ତି। ଭାଗ୍ୟରେ ଥିଲେ ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ସେବନ କରିବାର ସୁଯୋଗ ମିଳିଥାଏ ବୋଲି ପ୍ରବାସୀ ଭାରତୀୟ କହିଛନ୍ତି। ତେବେ ଓଡ଼ିଶାର ଆତିଥ୍ୟତା କୁ କେବେ ଭୁଲି ହେବ ନାହିଁ। ଓଡ଼ିଶା ର କଳା, ସଂସ୍କୃତି ଏବଂ ପରମ୍ପରା ଏକ ନିଆରା ଅନୁଭୂତି ପ୍ରଦାନ କରୁଛି। ତେବେ ପ୍ରବାସୀ ଭାରତୀୟ ମାନେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଐତିହ୍ୟ ଗ୍ରାମ ରଘୁରାଜପୁର, କୋଣାର୍କ, ରାମଚଣ୍ଡୀ, ସାତପଡ଼ା ଆଦି ପର୍ଯ୍ୟଟନସ୍ଥଳୀ ବୁଲୁଛନ୍ତି। ଓଡ଼ିଶାର ଗୌରବମୟ ଇତିହାସ ଏବଂ କଳା ସଂସ୍କୃତି ବିଷୟରେ ସେମାନଙ୍କୁ ସୂଚନା ଦିଆଯାଉଥିବାରୁ ପ୍ରବାସୀ ଭାରତୀୟ ମାନେ ଏହାକୁ ଖୁବ୍ ପ୍ରଶଂସା କରିଛନ୍ତି।
You Can Read:
ଗୋଦାମରେ ପୋଲିସର ରେଡ଼୍, ନାମୀ କମ୍ପାନୀ ନାଁରେ ବିକ୍ରି ହେଉଥିଲା ନକଲି ଟାୟାର