ଭୁବନେଶ୍ବର ୩।୧୨: ଭାରତରେ ଜିଡିପି ସର୍ବନିମ୍ନ ସ୍ତରରେ । ଜିଡିପି ୫.୪ ପ୍ରତିଶତରେ ପହଞ୍ଚିଛି । ୨୧ ବର୍ଷରେ ସର୍ବନିମ୍ନ । ଦେଶର ଅର୍ଥିନୀତି ଭୁଶୁଡ଼ିଛି । ଆଜି ଦିନରେ ମୁଦ୍ରାସ୍ଫୀତି ସବୁଠୁ ଅଧିକ । ମୁଦ୍ରାସ୍ଫୀତି ବୃଦ୍ଧି ତାଲିକାର ଉପର ଆଡୁ ବିଜେପି ଶାସିତ ରାଜ୍ୟ ମାନେ ଅଛନ୍ତି ବୋଲି ବିଜେଡ଼ି ଅଭିଯୋଗ କରିଛି । ବିଜେଡ଼ି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଏବେ ବିଧାନସଭା ଚାଲିଛି । ରାଜ୍ୟରେ ଏବେ ବିଚିତ୍ର ଶାସନ ବ୍ୟବସ୍ଥା ଚାଲିଛି । ରାଜ୍ୟପାଳଙ୍କ ପୁଅ ମାଡ଼ ପ୍ରସଙ୍ଗରେ ପ୍ରଶ୍ନ ହେଲେ ଉତ୍ତର ଆସୁଛି ତଥ୍ୟ ସଂଗ୍ରହ ହେଉଛି । ଡିସେମ୍ବର ୨ ତାରିଖର ଉତ୍ତରରେ ତାରିଖ ପଡୁଛି ସେପ୍ଟେମ୍ବର ୨ ତାରିଖର ।
ଆଳୁ ପ୍ରସଙ୍ଗରେ ମନ୍ତ୍ରୀ କହୁଛନ୍ତି ସରକାର ଉତ୍ତର ପ୍ରଦେଶରୁ ଆଳୁ ଆଣିଛନ୍ତି ବୋଲି । ଯଦି ବାସ୍ତବରେ ସରକାର ଆଣିଛନ୍ତି ତାହେଲେ ରସିଦ ଦେଖାନ୍ତୁ ବୋଲି ଲେନିନ କହିଛନ୍ତି ।
ମଣ୍ଡିପଙ୍କା ପ୍ରସଙ୍ଗରେ ବି ବିଧାନସଭାରେ ଉତ୍ତର ଆସୁଛି, ତଥ୍ୟ ସଂଗ୍ରହ ହେଉଛି । ଡିଏମଏଫ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର ଆଶ୍ଚର୍ଯ୍ୟଜନକ । WAPCOS ସଂସ୍ଥାକୁ କଳା ତାଲିକାଭୁକ୍ତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହୁଥିବା ବେଳେ କିଛି ଦିନ ତଳେ ସେହି ସଂସ୍ଥାକୁ ୩ଶହ କୋଟିର କାମ ଦିଆଯାଇଛି ।