ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | September 11, 2024 IST

ଛତ୍ରପୁର ୧୧/୯: ଛତ୍ରପୁର ଉପକାରାଗାରରେ ଅଘଟଣ । ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା ଉଦ୍ୟମ  । ଗୁରୁତର କଏଦୀ ରମ୍ଭା ଅଞ୍ଚଳର ଆଶୁତୋଷ ନାହାକ । ୩ମାସ ତଳେ ସେ କୋଦଳା ଜେଲ୍‌ରୁ ଛତ୍ରପୁର ଉପକାରାଗାରକୁ ଆସିଥିଲେ । ବୁଧବାର ସକାଳୁ ଧାରୁଆ କାଚ ଦ୍ବାରା ବେକକୁ କାଟିଦେଇଥିଲେ । ତୁରନ୍ତ ତାଙ୍କୁ ଛତ୍ରପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତେବେ କେଉଁ କାରଣରୁ ଆଶୁତୋଷ ଏଭଳି କାଣ୍ଡ ଘଟାଇଲେ ସ୍ପଷ୍ଟ ହୋଇନି ।  

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.