ଭାଇ ରାହୁଲ ଗାନ୍ଧୀଙ୍କ ଠାରୁ ବି ଅଧିକ ଭୋଟ୍‌ ବ୍ୟବଧାନରେ ଜିତିଲେ ପ୍ରିୟଙ୍କା ଗାନ୍ଧୀ

Published By : Prameya-News7 Bureau | November 23, 2024 IST

indiatoday

ନୂଆଦିଲ୍ଲୀ: ପ୍ରଥମ ଥର ନିର୍ବାଚନକୁ ଓହ୍ଲାଇଥିବା କଂଗ୍ରେସ ସାଧାରଣ ସମ୍ପାଦକ ତଥା ଗାନ୍ଧୀ ପରିବାରର ରାଜକୁମାରୀ ପ୍ରିୟଙ୍କା ଗାନ୍ଧୀ ବିପୁଳ ବିଜୟ ହାସଲ କରିଛନ୍ତି। ଏମିତିକି ନିର୍ବାଚନ ଭାଇ ରାହୁଲ ଗାନ୍ଧୀଙ୍କ ଭୋଟ୍ ବ୍ୟବଧାନ ଠାରୁ ବି ଢେର ଅଧିକା ଭୋଟ୍ ପାଇଛନ୍ତି ପ୍ରିୟଙ୍କା। ୱାୟନଡରେ ପ୍ରିୟଙ୍କା ଗାନ୍ଧୀ ୪,୧୦,୯୩୧ ଖଣ୍ଡ ଭୋଟ୍‌ରେ ବିଜୟୀ ହୋଇଛନ୍ତି। ବିଜୟୀ ହେବା ପରେ ଖୁସୀ ବ୍ୟକ୍ତ କରିବା ସହ ୱାୟନଡ଼ବାସୀଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି ପ୍ରିୟଙ୍କା।

ୱାୟନଡ଼ବାସୀଙ୍କୁ ସମ୍ବୋଧନ କରି ପ୍ରିୟଙ୍କା ଏକ୍ସରେ ଲେଖିଛନ୍ତି “ମୋ ଉପରେ ଯେଉଁ ଭରସା ଦେଖାଇଛନ୍ତି ସେଥିପାଇଁ ମୁଁ ଆପଣମାନଙ୍କ ପାଖରେ ବହୁତ କୃତଜ୍ଞ। ସମୟ ଅନୁସାରେ, ମୁଁ ଏଭଳି କାମ କରିବି ଯେ ସମୟ ସହିତ ଆପଣଙ୍କୁ ବି ଲାଗିବ ଯେ ଏହି ବିଜୟ ଆପଣଙ୍କର ବିଜୟ, ଆଉ ଯେଉଁ ବ୍ୟକ୍ତିଙ୍କୁ ଆପଣ ବାଛିଛନ୍ତି ସେ ଆପଣଙ୍କ ଆଶା ଓ ସ୍ୱପ୍ନକୁ ବୁଝିବ। ଆପଣଙ୍କ ପାଇଁ ଲଢ଼ିବ। ମୁଁ ସଂସଦରେ ଆପଣଙ୍କ ସ୍ୱର ହେବାକୁ ଉତ୍ସାହିତ।”

୨୦୨୪ ଲୋକସଭା ନିର୍ବାଚନରେ ରାହୁଲ ଗାନ୍ଧୀ ୱାୟନଡ ଆସନରୁ ନିର୍ବାଚନ ଲଢ଼ି ମୋଟ ୬,୪୭,୪୪୫ ଭୋଟ ପାଇଥିଲେ। ଏଥିରେ ସେ ପ୍ରତିପକ୍ଷକୁ ୩, ୬୪,୪୨୨ ବ୍ୟବଧାନରେ ହରାଇଥିଲେ। ରାହୁଲ ଗାନ୍ଧୀ ୱାୟନଡ ସହିତ ରାଇବରେଲି ଲୋକସଭା ଆସନରେ ବଜାୟୀ ହୋଇଥିଲେ। ପରବର୍ତ୍ତି ସମୟରେ ସେ ରାଇବରେଲି ଆସନ ରଖି ୱାୟନଡ଼ ଛାଡ଼ିଥିଲେ। ଏହାପରେ ପ୍ରିୟଙ୍କା ଗାନ୍ଧୀ ସେଠାରେ ପ୍ରାର୍ଥୀ କରାଯାଇଥିଲା। ନିର୍ବାଚନରେ ପ୍ରିୟାଙ୍କା ବିଜେପି ପ୍ରାର୍ଥୀ ନାବ୍ୟା ହରିଦାସ ଏବଂ ସିପିଆଇ ପ୍ରାର୍ଥୀ ସଥ୍ୟାନ ମୋକେରୀଙ୍କୁ ପରାସ୍ତ କରିଛନ୍ତି। ପ୍ରିୟଙ୍କା ଗାନ୍ଧୀଙ୍କୁ ମୋଟ ୬,୨୨,୩୩୮ ଖଣ୍ଡ ଭୋଟ୍ ମିଳିଛି। ସାଥ୍ୟାନ ମୋକେରୀ ୨,୧୧,୪୦୭ ଭୋଟ ପାଇଥିବା ବେଳେ ନାବ୍ୟା ହରିଦାସ ୧,୦୯,୯୩୯ ଖଣ୍ଡ ଭୋଟ୍ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.