ନୂଆଦିଲ୍ଲୀ ୧।୧୧: ଜାମିୟା ମିଲିୟା ଇସ୍ଲାମିୟା ବିଶ୍ୱବିଦ୍ୟାଳୟର କୂଳପତି ପ୍ରଫେସର ମଜହର ଆସିଫ ଜାମିୟାର ନେଲସନ ମଣ୍ଡେଲା ଶାନ୍ତି ଏବଂ ସଂଘର୍ଷ ସମାଧାନ କେନ୍ଦ୍ରର ଅନରାରୀ ନିର୍ଦ୍ଦେଶକ ପ୍ରଫେସର ମହମ୍ମଦ ମହତାବ ଆଲମ ରିଜଭିଙ୍କୁ ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରୀ କୂଳସଚିବ ନିଯୁକ୍ତ କରିଛନ୍ତି। ଏହି ଆଦେଶ ଜାରି ହେବାର ତୁରନ୍ତ ବାଦ ପ୍ରଫେସର ରିଜଭି ଶୁକ୍ରବାର ତାଙ୍କ ଦାୟିତ୍ୱ ଗ୍ରହଣ କରିଛନ୍ତି। ପ୍ରଫେସର ରିଜଭି କାର୍ଯ୍ୟକାରୀ କୂଳ ସଚିବଙ୍କ ସେହି ପଦବୀ ଗ୍ରହଣ କରିଛନ୍ତି ଯେଉଁଥିରେ ଉପକୂଳପତି ଏମ.ନସିର ହୈଦର କାର୍ଯ୍ୟ କରୁଥିଲେ।
ଏହି ଅବସରରେ ପ୍ରଫେସର ରିଜଭି କୂଳପତିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି ମୁଁ ମୋ କାର୍ଯ୍ୟରେ ନିଜକୁ ଏହି ପଦ ନିମନ୍ତେ ଯୋଗ୍ୟ ପ୍ରମାଣିତ କରିବାକୁ ଉଦ୍ୟମ କରିବି। ଶିକ୍ଷଣ ଓ ଗବେଷଣାରେ ପ୍ରଫେସର ରିଜଭିଙ୍କ ୨୦ ବର୍ଷର ଅଭିଜ୍ଞତା ରହିଛି। ସେ ପେବୃଆରୀ ୨୦୧୭ରେ ଜାମିୟାରେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ ପ୍ରତିରକ୍ଷା ଅଧ୍ୟାୟନ ଓ ବିଶ୍ଲେଷଣ ପ୍ରତିଷ୍ଠାନ ନୂଆଦିଲ୍ଲୀରେ କାର୍ଯ୍ୟରତ ଥିଲେ। ସେ ଅନ୍ତର୍ଜାତୀୟ ସମ୍ବଦ୍ଧ, ବିଦେଶ ନୀତି ଓ ସୁରକ୍ଷା ପ୍ରସଙ୍ଗରେ ବିଶେଷ କରି ପଶ୍ଚିମ ଏସିୟା ଓ ଉତ୍ତରଆଫ୍ରିକୀୟ ଦେଶଙ୍କ ସହିତ ଭାରତର ରଣନୈତିକ ସମ୍ବଦ୍ଧ ବିଶେଷଜ୍ଞ।
ସେ ଆଇଡିଏସଏ ଏବଂ ଇରାନ ଓ ଜିସିସି ଦେଶର ବିଦେଶ ମନ୍ତ୍ରାଳୟଙ୍କ ମିଳିତ ପ୍ରକଳ୍ପରେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ଅନେକ ପ୍ରଶାସନିତ ପଦପଦବୀରେ ମଧ୍ୟ ଥିଲେ। ରାଷ୍ଟ୍ରପତି ତାଙ୍କୁ ଅଲିଗଡ଼ ମୁସ୍ଲିମ ବିଶ୍ୱବିଦ୍ୟାଳୟର କୋର୍ଟ ସଦସ୍ୟ ରୂପେ ନାମିତ କରିଛନ୍ତି। ସେ ମୌଲାନା ଆଜାଦ ଜାତୀୟ ଊର୍ଦ୍ଦୁ ବିଶ୍ୱବିଦ୍ୟାଳୟ, ହାଇଦ୍ରାବାଦର ସଂସ୍ଥାଗତ ଶୈକ୍ଷଣିକ ଅଖଣ୍ଡତା ପ୍ୟାନେଲର ଜଣେ ବାହ୍ୟ ସଦସ୍ୟ ମଧ୍ୟ ଅଛନ୍ତି।