ସାମାନ୍ୟ କଳିକୁ ହତ୍ୟାକାଣ୍ଡ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ମାରିଦେଲା ନୃଶଂସ ସ୍ୱାମୀ

NEWS7
prominent-public-leader-of-bhadrak-laxminarayan-mahapatra-passes-away

ବଲାଙ୍ଗିର ୨୫।୧୨: ବଲାଙ୍ଗିରରେ ବୀଭତ୍ସ ହତ୍ୟାକାଣ୍ଡ । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ମୃତ୍ୟୁ । ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଘରୋଇ କଳହରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।

ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁର ସ୍ବାମୀ ମହାଦେବ ମଲ୍ଲିକ ଓ ସ୍ତ୍ରୀ ତପ ମଲ୍ଲିକଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ତପକୁ ସ୍ବାମୀ ମହାଦେବ ଟାଙ୍ଗିଆରେ ଚୋଟ ପକାଇଥିଲେ । ଫଳରେ ସେହିଠାରେ ହିଁ ତପଙ୍କର ମୃତ୍ୟୁ ଘଟିଥିଲା । ସ୍ତ୍ରୀର ମୃତଦେହକୁ ବାହାରକୁ ନେଇ ଯିବାକୁ ଚେଷ୍ଟା କରିବା ବେଳେ ତାଙ୍କୁ ଅନ୍ୟମାନେ ଅଟକାଇଥିଲେ । ସେ ନଶୁଣିବାରୁ ତାଙ୍କୁ ମାଡ଼ ମାରି ତପଙ୍କ ମୃତଦେହ ତାଙ୍କଠାରୁ ଉଦ୍ଧାର କରିଥିଲେ । ଏନେଇ ପରିବାରଲୋକ ପୋଲିସକୁ ଖବର ଦେଇଥିଲେ । ହତ୍ୟାକାରୀ ସ୍ୱାମୀକୁ ପୋଲିସ ଜିମା ଦେଇଥିଲେ ।

ଘଟଣାସ୍ଥଳରେ ଦେଓଗାଁ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ବୁଧବାର ବିଳମ୍ବିତ ରାତିରେ ଏଭଳି ହତ୍ୟାକାଣ୍ଡ ଘଟିଛି ।