ୟୁଟ୍ୟୁବର ଏଲଭିସ୍ ଯାଦବ ଓ ପଞ୍ଜାବୀ ଗାୟକ ଫାଜିଲପୁରିୟାଙ୍କ ୫୫ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କଲେ ED

Published By : Prameya-News7 Bureau | September 26, 2024 IST

ନୂଆଦିଲ୍ଲୀ ୨୬।୯: ୟୁଟ୍ୟୁବର ଏଲଭିସ ଯାଦବ ଓ ପଞ୍ଜାବୀ ଗାୟକ ରାହୁଲ ଯାଦବ ଫାଜିଲପୁରିୟାଙ୍କ ପାଖାପାଖି ୫୫ଲକ୍ଷ ଟଙ୍କାର ଚଳ ଓ ଅଚଳ ସମ୍ପତ୍ତି ଜବତ କରାଯାଇଛି। ଏଥିରେ ଫାଜିଲପୁରୀୟଙ୍କ ବିଜନୋର ଜିଲ୍ଲାରେ ଥିବା ୩ ଏକର କୃଷି ଭୂମି ମଧ୍ୟ ରହିଛି। ଏହି ଜମିକୁ ୫୦ ଲକ୍ଷ ଟଙ୍କାରେ କିଣାଯାଇଥିଲା। ଏହା ଛଡା ଦୁଇଜଣଙ୍କ ବ୍ୟାଙ୍କ ଖାତାରେ ଜମା ପାଖାପାଖି ୩ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। ନଗଦ ଟଙ୍କା ଓ ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜବତ କରିଛନ୍ତି। 

ଫାଜିଲ ଜୟପୁରିୟାଙ୍କ ଗୀତ ’୩୨ ବୋର’ ୟୁଟ୍ୟୁବରୁ୫୨ ଲକ୍ଷ ଟଙ୍କା ଆୟ ହୋଇଥିଲା। ଏ ସମ୍ପର୍କରେ ମଜଭୁତ ପ୍ରମାଣ ମିଳିବା ପରେ ଇଡି କାର୍ଯ୍ୟାନୁଷ୍ଠାନ କରିଥିବା କୁହାଯାଇଛି। ଏହା ଛଡା ଏହି ଗୀତକୁ ସୁଟିଂ କରିଥିବା ଚଣ୍ଡିଗଡର ସ୍କାଇ ଡିଜିଟାଲ କମ୍ପାନୀ ବ୍ୟାଙ୍କ ଖାତାରେ ଜମା ୨ ଲକ୍ଷ ଟଙ୍କାକୁ ମଧ୍ୟ ଜବତ କରାଯାଇଛି। ଗତ ଦିନରେ ଇଡି ଏଲଭିସ ଯାଦବ ଓ ଫାଜିଲପୁରିୟାଙ୍କୁ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟକୁ ଡକାଇ ପଚରା ଉଚରା କରିଥିଲେ। ଇଡି ଅଧିକାରୀମାନେ ଏଲଭିସ ଓ ଫାଜିଲପୁରିୟାଙ୍କ ଅନ୍ୟ ଚଳ ଅଚଳ ସମ୍ପତ୍ତିର ଏବେ ସନ୍ଧାନ କରୁଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.