ଭୁବନେଶ୍ବର: କମ୍ୟୁନିଟି ସପୋର୍ଟ ଷ୍ଟାଫ୍ଙ୍କ ଆନ୍ଦୋଳନ ସ୍ଥଗିତ। ୯ ମାସର ଦରମା ପ୍ରଦାନ ପ୍ରତିଶ୍ରୁତି ମିଳିବା ପରେ ସ୍ଥଗିତ ହୋଇଛି । ଏନେଇ GPLF ସଂଘ ରାଜ୍ୟ ସଭାନେତ୍ରୀ ନିରୁପମା ବେହେରାଙ୍କ ସୂଚନା। ମଙ୍ଗଳବାର ଠାରୁ କମ୍ୟୁନିଟି ସପୋର୍ଟ ଷ୍ଟାଫମାନଙ୍କ ବକେୟା ଦରମା ପ୍ରଦାନ ଦାବି ନେଇ ବିଧାନସଭା ସମ୍ମୁଖରେ ଅଲ୍ ଓଡ଼ିଶା ଜିପିଏଲ୍ଏଫ୍ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଥିଲା ।
ସପୋର୍ଟ ଷ୍ଟାଫ୍ ଅଭିଯୋଗ ଆଣିଥିଲେ, ଯେ ସେମାନଙ୍କୁ ବକେୟା ଦରମା ଦିଆଯାଉନାହିଁ। ବାରମ୍ବାର ଅଭିଯୋଗ ପରେ ବି ସରକାର କିଛି ଶୁଣୁନାହାଁନ୍ତି। ସଂଘ ୧୦ ଦଫା ଦାବି ନେଇ ରାଜ୍ୟ ସରକାରଙ୍କ ପାଖରେ ପ୍ରସ୍ତାବ ରଖିଛି । ଯଦି ଏହି ଦାବିର ତୁରନ୍ତ ସମାଧାନ ନହେବ, ତେବେ ଆଗାମୀ ଦିନରେ ଓଡ଼ିଶାରେ ଥିବା ୬୦ ହଜାର କର୍ମା ଆନ୍ଦୋଳନରେ ସାମିଲ ହେବେ ବୋଲି ଚେତାବନୀ ଦେଇଥିଲା ସଂଘ।