ନୂଆଦିଲ୍ଲୀ ୧୧।୧୨: ବର୍ତ୍ତମାନ ବିଭିନ୍ନ ସହରରେ ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜଙ୍କ କନ୍ସର୍ଟ ଚାଲିଛି । ଲୋକଙ୍କ ମଧ୍ୟରେ ତାଙ୍କୁ ନେଇ ଦେଖିବାକୁ ମିଳୁଛି ବହୁତ କ୍ରେଜ୍ । ଦିଲଜିତଙ୍କର କୋଟି କୋଟି ଫ୍ୟାନ୍ସ ଅଛନ୍ତି। ସେ କେବଳ ଜଣେ ଭଲ ସିଙ୍ଗର ନୁହଁନ୍ତି ବରଂ ଜଣେ ଜବରଦସ୍ତ ଅଭିନେତା ।
ଦିଲଜିତ୍ ଅନେକ ପଞ୍ଜାବୀ ହିଟ୍ ଫିଲ୍ମ ଦେଇଛନ୍ତି । ସେଥିମଧ୍ୟରୁ ଗୋଟିଏ ଫିଲ୍ମ ହେଉଛି ଜଟ୍ ଏକ ଜୁଲିଏଟ୍ ସିରିଜ୍ । କେବଳ ଏତିକି ନୁହେଁ ସେ ହିନ୍ଦୀ ସିନେମାରେ ମଧ୍ୟ ନିଜର ଜଲଓ୍ବା ଦେଖାଇଛନ୍ତି । ଯେପରିକି ଉଡଦା ଏବଂ ଗୁଡ ନ୍ୟୁଜ୍ ପରି ଫିଲ୍ମ ।
କିନ୍ତୁ ଜାଣନ୍ତି କି ଦିଲଜିତ୍ କେତେ ଶିକ୍ଷିତ ? ଜାଣି ଆଶ୍ଚର୍ଯ୍ୟ ହେବେ ସେ ନିଜର ଗୋଟିଏ ଶୌକ୍ ପାଇଁ ଛାଡିଥିଲେ ଅଧ୍ୟୟନ । ଆଉ ଏହି କାରଣରୁ ହିଁ ସେ ବର୍ତ୍ତମାନ ଏଠାରେ ପହଞ୍ଚିଛନ୍ତି । ଦିଲଜିତ ଦୋସାଞ୍ଜଙ୍କ ପ୍ରକୃତ ନାଁ ହେଉଛି ଦିଲଜିତ ସିଂ ଦୋସାଞ୍ଜ। ସେ ଶ୍ରୀ ଗୁରୁ ହରକୃଷ୍ଣ ବିଦ୍ୟାଳୟରୁ ପ୍ରାଥମିକ ଅଧ୍ୟୟନ କରିଥିଲେ।
ଏହା ପରେ ସେ ଅଲମନାର ପବ୍ଲିକ୍ ସ୍କୁଲରୁ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ପିଲାଦିନରୁ ସଙ୍ଗୀତ ପ୍ରତି ଦିଲଜିତଙ୍କର ରହିଥିଲା ଆଗ୍ରହ । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ସେ ଦଶମ ପରେ ଅଧିକ ପାଠ ପଢିନାହାନ୍ତି ବରଂ ସେ ତାଙ୍କର ସବୁ ସମୟ ସଙ୍ଗୀତ ପ୍ରତି ଉତ୍ସର୍ଗ କରିଥିଲେ । ଦୋସାଞ୍ଜ ୨୦୦୫ରେ ତାଙ୍କ ଆଲବମ୍ 'ସ୍ମାଇଲ' ସହିତ କ୍ୟାରିଅର୍ ଆରମ୍ଭ କରିଥିଲେ । ଏହାପରେ ସେ କେବେବି ପଛକୁ ଚାହିଁନାହାନ୍ତି ।