ହରଭଜନଙ୍କ ବଡ଼ ବୟାନ, ‘ଯେଉଁମାନେ କିଛି ହାସଲ କରି ନାହାନ୍ତି ସେମାନେ ରୋହିତ-କୋହଲିଙ୍କ...’

NEWS7
puri-police-arrest-four-notorious-criminals

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହ ଭାରତୀୟ ଦଳର ଟିମ୍ ମ୍ୟାନେଜମେଣ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି ଏହା ଦୁର୍ଭାଗ୍ୟଜନକ ଯେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ପରି କିମ୍ବଦନ୍ତୀଙ୍କ ଭବିଷ୍ୟତ ସେହି ଲୋକେ ସ୍ଥିର କରୁଛନ୍ତି ଯେଉଁମାନେ ନିଜ କ୍ୟାରିୟରରେ ବିଶେଷ କିଛି ହାସଲ କରି ନାହାନ୍ତି। କିନ୍ତୁ ସେ ଆଶା ପ୍ରକାଶ କରିଛନ୍ତି ଯେ ଏହି ଯୋଡ଼ି ୨୦୨୭ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିବେ।

ରୋହିତ ବର୍ତ୍ତମାନ ୩୮ ବର୍ଷ ବୟସ ଏବଂ ବିରାଟ କୋହଲି ୩୭ ବର୍ଷ ବୟସରେ ଉପନ୍ନୀତ। ଉଭୟ ବର୍ତ୍ତମାନ କେବଳ ଦିନିକିଆ ଫର୍ମାଟରେ ଖେଳୁଛନ୍ତି। ଉଭୟ ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିବେ କି ନାହିଁ ସେ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଏବଂ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ରୋହିତ ଓ କୋହଲି ଦିନିକିଆ ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିବେ କି ନାହିଁ ସେ ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।

ରୋହିତ ଏବଂ କୋହଲିଙ୍କ ଉପରେ ହରଭଜନ ସିଂହଙ୍କ ବୟାନ

ହରଭଜନ କହିଛନ୍ତି, "ଏହା ମୋର ବୁଝିବା ବାହାରେ। ମୁଁ ଏହାର ଉତ୍ତର ଦେଇପାରିବି ନାହିଁ କାରଣ ମୁଁ ନିଜେ ଏହି ସ୍ଥିତି ଦେଇ ଗତି କରିଛି ଏବଂ ମୋ ସହ ମଧ୍ୟ ସେମିତି ଘଟିଛି। ମୋର ଅନେକ ସାଥୀ ଖେଳାଳିଙ୍କ ସହିତ ମଧ୍ୟ ଏମିତି ଘଟିଛି, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କଥା। ଆମେ ଏହା ବିଷୟରେ କଥା ହେଉନାହୁଁ କିମ୍ବା ଆଲୋଚନା କରୁନାହୁଁ।

ଭାରତ ପାଇଁ ଟେଷ୍ଟ କ୍ରିକେଟରେ ୪୧୭ ୱିକେଟ୍ ନେଇଥିବା ଏହି ବୋଲର କୋହଲି ଏବଂ ରୋହିତଙ୍କ ପ୍ରତି ହୋଇଥିବା ବ୍ୟବହାର ସମ୍ପର୍କରେ ଖୋଲାଖୋଲି ନିଜର ମତ ରଖିଛନ୍ତି। ସେ କହିଛନ୍ତି, ଯେତେବେଳେ ମୁଁ ବିରାଟ କୋହଲିଙ୍କ ପରି ଜଣେ ଖେଳାଳିଙ୍କୁ ଚମତ୍କାର ପ୍ରଦର୍ଶନ କରୁଥିବା ଦେଖୁଛି, ତାହା ମୋତେ ବହୁତ ଆନନ୍ଦ ଦେଉଛି। ଏହା ଦୁର୍ଭାଗ୍ୟଜନକ ଯେଉଁ ଲୋକ ନିଜ କ୍ୟାରିୟରରେ ଅଧିକ କିଛି ହାସଲ କରି ନାହାନ୍ତି ସେହି ବ୍ୟକ୍ତି ରୋହିତ ଓ କୋହଲିଙ୍କ ଭବିଷ୍ୟତର ନିଷ୍ପତ୍ତି ନେଉଛନ୍ତି।