ମହିଳା ବିରୋଧୀ ହିଂସା ନେଇ ଭୁବନେଶ୍ବରରେ କଂଗ୍ରେସର ବିଶାଳ ସମାବେଶ, ଯୋଗଦେବେ ରାହୁଲ ଓ ଖଡ୍‌ଗେ

Published By : Prameya-News7 Bureau | June 19, 2025 IST

ଭୁବନେଶ୍ବର ୧୯।୬: ଆସନ୍ତା ଜୁଲାଇ ଦ୍ୱିତୀୟ ସପ୍ତାହରେ ଓଡ଼ିଶା ଆସିବେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଜୁଲାଇ ୯ ତାରିଖରେ ରାହୁଲ ଗାନ୍ଧୀ ଓଡ଼ିଶା ଆସିବା ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ରାହୁଲଙ୍କ ସହ AICC ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଓଡ଼ିଶା ଆସିବା ନେଇ କାର୍ଯ୍ୟକ୍ରମ ରହିଛି ।

ରାଜଧାନୀ ଭୁବନେଶ୍ବରରେ କଂଗ୍ରେସ କରିବ ବିଶାଳ ସମାବେଶ । କଂଗ୍ରେସର ମହିଳା ବିରୋଧୀ ହିଂସା କାର୍ଯ୍ୟକ୍ରମରେ ଯୋଗ ଦେବେ ରାହୁଲ ଓ ଖଡ୍‌ଗେ । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ । ନାରୀ ଅସୁରକ୍ଷିତ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ କଂଗ୍ରେସ ।

ସେପଟେ ରାହୁଲ ଗାନ୍ଧୀଙ୍କ ଜନ୍ମଦିନ ଅବସରରେ ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲୁ ଓ ଅନ୍ୟ ନେତୃବୃନ୍ଦ ଲିଙ୍ଗରାଜ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ରାହୁଲ ଗାନ୍ଧୀଙ୍କ ଉନ୍ନତି କାମନା କରିଥିଲେ । ଏଥିସହ ସେ ସୁସ୍ଥ ଏବଂ ଆରୋଗ୍ୟ ରହିଲେ ଦେଶର ଉନ୍ନତି ପାଇଁ ଆହୁରି ଲଢିବେ ବୋଲି ଭକ୍ତ ଚରଣ ଦାସ କହିଥିଲେ । 


You Can Read:

ଡାଇରିଆ ପ୍ରବଣ ୩ ଜିଲ୍ଲାର ସ୍ଥିତି ଦେଖି ସ୍କୁଲ ଖୋଲିବା ନିଷ୍ପତ୍ତି ନେବେ ଜିଲ୍ଲାପାଳ, ସ୍ଥିତି ଅଣାୟତ୍ତ ଥିଲେ ସ୍କୁଲ ବନ୍ଦ କରିପାରିବେ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.