ସାଲେପୁରରେ ଅପମିଶ୍ରିତ ଦୁଗ୍ଧ ଫ୍ୟାକ୍ଟ୍ରି ସିଲ୍, ମାଲିକକୁ ଅଟକ ରଖି ପଚରାଉଚରା

Published By : Prameya-News7 Bureau | September 23, 2024 IST

ସାଲେପୁର୨୩/୯: କ୍ଷୀରରେ ଅପମିଶ୍ରଣ । ଖାଇବା ସୋଢା,କେମିକାଲ,ଦୂଷିତ ଜଳ ଓ ଲୁଣ ମିଶାଯାଇ ପ୍ରସ୍ତୁତ ହେଉଥିଲା ଭେଜାଲ କ୍ଷୀର । ଜଗତପୁର ଥାନା ମହାନଦୀ ପଠା ଜଙ୍ଗଲ ଭିତରେ ଥିବା ‘ରୋହିଣୀ’ ଦୁଗ୍ଧ କଂପାନୀ ଉପରେ ଫୁଡ୍‌ ଡିପାର୍ଟମେଣ୍ଟ ଓ କମିଶନରେଟ୍‌ ପୋଲିସର ଚଡାଉ ପରେ ଅସଲି ନାଁରେ ନକଲି କ୍ଷୀରର ଗୁମର ଫିଟିଛି । କ୍ଷୀରରେ ଅପମିଶ୍ରଣ ହେଉଥିବା ଜଣାପଡିବା ପରେ ଫ୍ୟାକ୍ଟ୍ରିକୁ ସିଲ୍‌ କରାଯାଇଛି । ମାଲିକ ପ୍ରଦୀପ୍ତ କୁମାର ପରିଡ଼ାଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।


କ୍ଷୀର ପ୍ୟାକେଟରେ କ୍ଷୀର ବଦଳରେ ବିଷ ଦିଆଯାଉଥିଲା। କେବଳ କ୍ଷୀର ନୁହେଁ ଦହି ଏବଂ ଲସି,ପନିର, ମଧ୍ୟ ଏଠାରେ ପ୍ରସ୍ତୁତ କରାଯାଇ. କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ ସହ ବିଭିନ୍ନ ଜିଲ୍ଲାକୁ ବିକ୍ରି କରାଯାଉଥିଲା । ଅନ୍ୟପଟେ ଫୁଡ ଡିପାର୍ଟମେଣ୍ଟର କାର୍ଯ୍ୟକଳାପକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କେମିତି ଫ୍ୟାକ୍ଟ୍ରି ପାଇଁ  ଫୁଡ ଡିପାର୍ଟମେଣ୍ଟ ର ଅନୁମତି ମିଳିଲା ? ଯାଞ୍ଚ ନହୋଇ ଲାଇସେନ୍ସ ପ୍ରଦାନ ହେଲା ତାକୁ ନେଇ ଉଠିଛି ପ୍ରଶ୍ନ । ତଦନ୍ତ କରିବାକୁ ଆସିଥିବା ଫୁଡ ଅଧିକାରୀ ସନ୍ତୋଷଜନକ ଉତ୍ତର ଦେଇ ପାରୁନାହାନ୍ତି।  ଦୁଗ୍ଧ ଫ୍ୟାକ୍ଟ୍ରିରୁ ସମସ୍ତ ସାମ୍ପୁଲ ସଂଗ୍ରହ କରାଯାଇଛି । ଖୁବ ଶୀଘ୍ର ଦୋଷୀଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି କହିଛନ୍ତି ଫୁଡ୍ ଅଧିକାରୀ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.