ନୂଆଦିଲ୍ଲୀ: ସାରା ଦେଶରେ କୋଟି କୋଟି ଲୋକ ଭାରତୀୟ ରେଳରେ ଯାତ୍ରା କରନ୍ତି । ଅନେକଙ୍କୁ ଟିକଟ ମିଳୁଥିବା ବେଳେ, କମ ସିଟ୍ କାରଣରୁ କିଛିଙ୍କୁ ଟିକଟ ମିଳିପାରେ ନାହିଁ । ଏହାରି ଭିତରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦର ଶୀତକାଳୀନ ଅଧିବେଶନ ଏକ ବଡ଼ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣା କୋଟି କୋଟି ରେଳ ଯାତ୍ରୀଙ୍କ ପାଇଁ ଖୁସିଖବର ଠାରୁ କମ ନୁହେଁ ।
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସଂସଦରେ କହିଛନ୍ତି ଯେ ରେଲୱେର ପୂରା ଫୋକସ ଗରିବ ଏବଂ ମଧ୍ୟବିତ୍ତ ପରିବାର ଉପରେ ରହିଛି । ପ୍ରାୟ ୧୨୦୦୦ ଜେନେରାଲ କୋଚ୍ ନିର୍ମାଣ କରାଯାଉଛି । ଚଳିତ ଆର୍ଥିକ ବର୍ଷରେ ଅତିରିକ୍ତ ୯୦୦୦ ଜେନେରାଲ କୋଚ୍ ଯୋଡ଼ାଯାଇଛି । ସେ କହିଛନ୍ତି ଯେ ଛଟ୍ ଏବଂ ଦିପାବାଳୀ ପରି ପାର୍ବଣରେ ସ୍ୱତନ୍ତ୍ର ଭାବେ ୭୯୦୦ ଟ୍ରେନ୍ ଚଳାଚଳ କରାଯାଇଛି । ଯେଉଁଥିରେ ୧ କୋଟି ୮୦ ଲକ୍ଷ ଯାତ୍ରୀ ବିନା କୌଣସି ଅସୁବିଧାରେ ଟ୍ରେନ ଯାତ୍ରା କରିଛନ୍ତି ।
ରେଳମନ୍ତ୍ରୀ କହିଛନ୍ତି ଯେ ମହାକୁମ୍ଭ ପାଇଁ ୧୩୦୦୦ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବସ୍ଥା କରାଯାଇଛି । ଗରିବଙ୍କ ପାଇଁ, ମଧ୍ୟବିତ୍ତ ପରିବାରକୁ ଫୋସକରେ ରଖି ରେଲୱରେ କାମ ଚାଲିଛି । ସେ କହିଛନ୍ତି, 'ଅମୃତ ଭାରତ ଟ୍ରେନ ନାଁରେ ଏକ ନୂତନ ଟ୍ରେନ ନିର୍ମାଣ କରାଯାଇଛି, ଏଥିରେ ବନ୍ଦେ ଭାରତରେ ଥିବା ଟେକ୍ନୋଲଜିକୁ ସାମିଲ କରାଯାଇଛି । ଉଭୟ ଟ୍ରେନ ପ୍ରାୟ ୧୦ ମାସରୁ ଅଧିକ ସମୟ ଚାଲିସାରିଛି ଏବଂ ସେହି ଅନୁଭବ ଆଧାରରେ ଅତିରିକ୍ତ ୫୦ ଟ୍ରେନ ନିର୍ମାଣ ଯୋଜନା ରହିଛି ।'