ବୁଧବାରଠୁ କମିବ ତାପମାତ୍ରା, ୨ରୁ ୪ ଡିଗ୍ରୀ ଖସିପାରେ ପାରଦ

Published By : Prameya-News7 Bureau | December 09, 2024 IST

ଭୁବନେଶ୍ୱର ୦୯।୧୨: ବର୍ଷା ପରେ ପାଗରେ ଆସିବ ପରିବର୍ତ୍ତନ । ବୁଧବାରଠାରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ୍‌ କମିପାରେ । ଏବେ ଅଧିକାଂଶ  ସ୍ଥାନରେ ରାତି ତାପମାତ୍ରା ୧୫ଡିଗ୍ରୀରୁ ଅଧିକ ରହୁଥିବା ବେଳେ ଦୁଇ ଦିନ ପରେ ପାରଦ ଖସିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ସେହିପରି ସୋମବାର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କଟକ  ଓ ଖୋର୍ଦ୍ଧାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ମଙ୍ଗଳବାର କୋରାପୁଟର ରାତି   ତାପମାତ୍ରା ସର୍ବନିମ୍ନ ୧୩.୪ ଡିଗ୍ରୀ ରେକର୍ଡ  ହୋଇଛି । ରାଉରକେଲାରେ ୧୩.୮, ଝାରସୁଗୁଡ଼ା  ଓ ବୌଦ୍ଧରେ ୧୫.୫, କେନ୍ଦ୍ରାପଡ଼ାରେ ୧୫.୬,  ବାରିପଦାରେ ୧୫.୮, ଭଦ୍ରକରେ ୧୬, ଯାଜପୁରରେ  ୧୬.୩, ଢେଙ୍କାନାଳରେ ୧୬.୪, କେନ୍ଦୁଝର ଓ ବାଲେଶ୍ୱରରେ ତାପମାତ୍ରା ୧୬.୫ ଡିଗ୍ରୀ ରହିଥିଲା। ଗତ ୨୪ ଘଣ୍ଟାରେ କୋରାପୁଟ ଜିଲ୍ଲା କୋଟପାଡ଼ରେ ୧୯ ମିମି ଓ ରାୟଗଡ଼ାର କାଶୀପୁରରେ ୮ମିମି ବର୍ଷା ହୋଇଛି।

  • Weather
  • Weather update
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.