ମୁମ୍ବାଇ ୩୦।୧୧: ରାଜ କୁନ୍ଦ୍ରା ଓ ଶିଳ୍ପା ସେଟ୍ଟୀଙ୍କ ଘର ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚଢ଼ଉ ପରେ ପ୍ରଥମ ଥର ସେମାନେ ଏହି ମାମଲାରେ ମୁହଁ ଖୋଲିଛନ୍ତି। ସେମାନେ ଇଂଷ୍ଟାଗ୍ରାମ ପୋଷ୍ଟରେ ଲମ୍ବା ଚୌଡା ନୋଟ୍ ସେୟାର କରି ଲୋକଙ୍କୁ ଏହି ମାମଲାରେ ତାଙ୍କ ପତ୍ନୀ ଶିଳ୍ପା ସେଟ୍ଟୀଙ୍କୁ ନ ଘୋଷାଡ଼ିବାକୁ ନିବେଦନ କରିଛନ୍ତି।
ରାଜ କୁନ୍ଦ୍ରା ଲେଖିଛନ୍ତି ନୋଟ୍
୨୯ ନଭେମ୍ବର ଶୁକ୍ରବାର ରାଜ କୁନ୍ଦ୍ରାଙ୍କ ଘର ଓ ଅଫିସ ଉପରେ ଅଡଲ୍ଟ ଫିଲ୍ମ ନିର୍ମାଣ ମାମଲାକୁ ନେଇ ଚଢଉ ହୋଇଥିଲା। ଏବେ ଏହି ମାମଲାରେ ରାଜ କୁନ୍ଦ୍ରା ଷ୍ଟେଟମେଣ୍ଟ ଜାରି କରିଛନ୍ତି। ସେ ତାଙ୍କ ପତ୍ନୀଙ୍କୁ ସମର୍ଥନ କରି ଲେଖିଛନ୍ତି ଯେ ‘ମିଡିଆର ନାଟକ କରିବାରେ ବଡ଼ ଅଭିଜ୍ଞତା ଅଛି, ଚାଲନ୍ତୁ ସତ୍ୟତା ସାମ୍ନାକୁ ଆଣିବା। ମୁଁ ଗତ ୪ ବର୍ଷ ହେଲା ଜାରି ଥିବା ଯାଞ୍ଚରେ ସମ୍ପୂର୍ଣ୍ଣ ସହଯୋଗ କରୁଛି। ଯେଉଁ ପର୍ଯ୍ୟନ୍ତ ସହଯୋଗୀ, ପର୍ଣ୍ଣୋଗ୍ରାଫି ଓ ମନିଲଣ୍ଡରିଂର ଦାବି କରାଯାଉଛି, ମୁଁ କେବଳ ଏତିକି କହି ପାରିବି ଚାଞ୍ଚଲ୍ୟକର ଖବର ସତ୍ୟତାକୁ ଲୁଚାଇ ପାରିବ ନାହିଁ। ଶେଷରେ ନ୍ୟାୟର ବିଜୟ ହେବ’।
ସେ ଆଗକୁ ଲେଖିଛନ୍ତି ଯେ ‘ମୋ ପତ୍ନୀଙ୍କ ନାମ ବାରମ୍ବାର ଅସମ୍ବଦ୍ଧିତ ମାମଲାକୁ ଘୋଷାଡ଼ିବାର ଆବଶ୍ୟକତା ନାହିଁ ଦୟା କରି ସୀମାର ସମ୍ମାନ କରନ୍ତୁ’।
ଶିଳ୍ପାଙ୍କ ଓକିଲ ଜାରି କରିଛନ୍ତି ବୟାନ
ଚଢ଼ଉ କାଳରେ ମୁମ୍ବାଇ ଓ ଉତ୍ତରପ୍ରଦେଶର କିଛି ସହରର ୧୫ଟି ଲୋକେସନର ତଲାସୀ ନିଆଯାଇଛି। ଏଜେନ୍ସୀ କଥିତ ରୂପେ ଏକ ପରିସରରେ ରାଜ କୁନ୍ଦ୍ରାଙ୍କୁ ମଧ୍ୟ ପଚରାଉଚରା କରିଛି। ଏହା ପରେ ଶିଳ୍ପାଙ୍କ ଓକିଲ ମଧ୍ୟ ଏକ ବୟାନ ଜାରି କରିଛନ୍ତି। ଯେଉଁଥିରେ କୁହାଯାଇଛି ଶିଳ୍ପାଙ୍କର କୌଣସି ଅପରାଧରେ ନେଣଦେଣ ନାହିଁ। ଓକିଲ ପ୍ରଶାନ୍ତ ପାଟିଲ ଏ ସମ୍ପର୍କିତ ରିପୋର୍ଟକୁ ମିସଲିଡିଂ ବୋଲି କହିଛନ୍ତି। ପ୍ରଶାନ୍ତ କହିଛନ୍ତି ଆମେ ମିଡିଆକୁ ଅନୁରୋଧ କରୁଛୁ ଏହି ମାମଲାରେ ଶିଳ୍ପା ସେଟ୍ଟୀଙ୍କ ନାମ, ଫଟୋ ଅଥବା ଭିଡିଓ ବ୍ୟବହାର ନ ହେଉ। କାରଣ ମାମଲାରେ ତାଙ୍କର କୌଣସି ନେଣ ଦେଣ ନାହିଁ।
ଏହି ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି ଓ ଏ ନେଇ ରାଜ କୁନ୍ଦ୍ରାଙ୍କୁ ପଚରା ଉଚରା କରାଯାଉଛି। ସତ୍ୟତା ସାମ୍ନାକୁ ଆଣିବା ପାଇଁ ସେ ଯାଞ୍ଚରେ ସହଯୋଗ କରୁଛନ୍ତି। ଏଣୁ ଇଲେକ୍ଟ୍ରୋନିକ ଓ ପ୍ରିଣ୍ଟ ମିଡିଆକୁ ଅନୁରୋଧ କରୁକି ସେମାନେ ଶିଳ୍ପା ସେଟ୍ଟୀ କୁନ୍ଦ୍ରାଙ୍କ ଭିଡିଓ, ଫଟୋ ଅଥବା ନାମ ଉପଯୋଗ କରିବାରୁ ବର୍ତ୍ତନ୍ତୁ। କାରଣ ଏହି ମାମଲାରେ ତାଙ୍କର କୌଣସି ନେବାଦେବା ନାହିଁ। ରାଜ କୁନ୍ଦ୍ରାଙ୍କ ଉପରେ ମୋବାଇଲ ଆପ୍ଲିକେସନ ଓ ଅନ୍ୟ ପ୍ଲାଟଫର୍ମ ମାଧ୍ୟମରେ କଥିତ ରୂପେ ଅଶ୍ଳୀଳ କଣ୍ଟେଣ୍ଟ ବାଣ୍ଟିବାର ଅଭିଯୋଗ ରହିଛି। ମାମଲାରେ ତାଙ୍କୁ ଜୁଲାଇ ୨୦୨୧ରେ ଗିରଫ କରାଯାଇଥିଲା। ତେବେ ପରେ ତାଙ୍କୁ ଜାମିନ ମିଳିଯାଇଛି।