ବିଜେପି ଛାଡ଼ିଲେ ରମାରଞ୍ଜନ ବଳିଆରସିଂହ, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ

Published By : Prameya-News7 Bureau | May 16, 2024 IST

ଭୁବନେଶ୍ୱର ୧୬/୦୫: ବିଜେପି ଛାଡ଼ିଲେ ରମାରଞ୍ଜନ ବଳିଆରସିଂହ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା, ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର ବିଜେପି ଇସ୍ତଫା ଦେଇଛନ୍ତି ପୁରୀ ଜିଲ୍ଲା ସତ୍ୟବାଦୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିଆରସିଂହ। 

ଆଜି ସେ ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି। ରମା ବଳିଆରସିଂହ ବିଜେପି ମୁଖପାତ୍ର ମଧ୍ୟ ଥିଲେ । ଆସନ୍ତା ୨୫ ତାରିଖରେ ସତ୍ୟବାଦୀରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ତାର କିଛି ଦିନ ପୂର୍ବରୁ ଦଳ ଛାଡିବା ଚର୍ଚ୍ଚାର ବିଷୟ ପାଲଟିଛି । 

ନିର୍ବାଚନ ପୂର୍ବରୁ ପୁରୀ ସତ୍ୟବାଦୀରେ ସକ୍ରିୟ ପୂର୍ବତନ ବିଧାୟକ ବଳିଆରସିିଂହ । କଣାସ ବ୍ଲକରେ ୪ ହଜାରରୁ ଅଧିକ ସମର୍ଥକଙ୍କୁ ଧରି ଶକ୍ତି ପ୍ରଦର୍ଶନ କରିଛନ୍ତି ପୂର୍ବତନ ବିଧାୟକ ରମା ବଳିଆରସିଂହ । ବିକଶିତ ସତ୍ୟବାଦୀ ସଂକଳ୍ପ ସମାବେଶ ନାଁରେ ଏହି ସଭା ଆୟୋଜିତ ହୋଇଥିଲା । ଏହି ସମାବେଶ ପଛରେ ରାଜ୍ୟ ବିଜେପି ସଭାପତିଙ୍କ ଶୁଭେଚ୍ଛା ରହିଛି ବୋଲି ରମାବଳିୟାର ସିଂହ ଦାବି କରିଛନ୍ତି । ତେବେ ରମାଙ୍କ ଏହି ବୟାନକୁ ନେଇ ଆରମ୍ଭ ହୋଇଛି ଭିନ୍ନ ଚର୍ଚ୍ଚା । 

କାରଣ ଏହି ଆସନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ଓମ୍ ପ୍ରକାଶ ମିଶ୍ରଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି । ତେଣୁ ନିର୍ବାଚନ ବେଳେ କିଏ ଟିକେଟ ପାଇବେ ତାକୁ ନେଇ ଚର୍ଚ୍ଚା ବଢିଛି । ଯୁବ ଚେହେରା ନା ପୁରୁଣା ନେତାଙ୍କୁ ବିଜେପି ସତ୍ୟବାଦୀ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.