ସୁନା ତସ୍କରୀ ମାମଲା; ରାନ୍ୟାଙ୍କର ବଢିଲା ଅଡୁଆ, ବ୍ୟବସାୟୀ ବନ୍ଧୁ କଲେ ବଡ ଖୁଲାସା

Published By : Prameya-News7 Bureau | March 17, 2025 IST

ମୁମ୍ଵାଇ ୧୭।୦୩; କନ୍ନଡ ଅଭିନେତ୍ରୀ ରାନ୍ୟା ରାଓ। ତାଙ୍କ ସହ ତାଙ୍କ ବ୍ୟବସାୟୀ ବନ୍ଧୁ ତରୁଣ ରାଜୁଙ୍କ ନାମ ମଧ୍ୟ ସୁନା ଚୋରା ଚାଲାଣ ମାମଲାରେ ଆସିଛି। ଏହି ପ୍ରସଙ୍ଗରେ ଡିଆରଆଇ ଅଧିକାରୀମାନେ ତରୁଣଙ୍କୁ ପଚରାଉଚରା କରିଛନ୍ତି। ପଚରାଉଚରା ବେଳେ ଅଧିକ ତଥ୍ୟ ସାମ୍ନାକୁ ଆସିଛି। ଅଭିନେତ୍ରୀ ରାନ୍ୟା ଏବଂ ତରୁଣ ଦୁବାଇରେ ବିଏରା ଡାଇମଣ୍ଡସ୍ ଟ୍ରେଡିଂ ନାମକ ଏକ କମ୍ପାନୀ ଖୋଲିଥିଲେ। ସିବିଆଇ ମଧ୍ୟ ଏହି ମାମଲାର ତଦନ୍ତ କରୁଛି।

୨୦୨୩ ମସିହାରେ ସୁନା ଆମଦାନୀ ତଥା ରପ୍ତାନି ପାଇଁ ରାନ୍ୟା ଏବଂ ତରୁଣ ଦୁବାଇରେ ବିଏରା ଡାଇମଣ୍ଡସ୍ ଟ୍ରେଡିଂ ନାମକ ଏକ କମ୍ପାନୀ ଖୋଲିଥିଲେ। ବେଆଇନ ଭାବେ ଟଙ୍କା ହାସଲ କରିବା ପାଇଁ ସେମାନେ ଏହି କମ୍ପାନୀ ବ୍ୟବହାର କରୁଥିଲେ। ସୁନା କିଣାଯାଇ ବିଦେଶୀ ମୁଦ୍ରାରେ ଦିଆଯାଉଥିଲା । ଏହି ସୂଚନାକୁ ଆଧାର କରି ଇଡି ବିଏରା ଡାଇମଣ୍ଡସ୍ ଟ୍ରେଡିଂ କମ୍ପାନୀର କାରବାର ଉପରେ ଅନୁସନ୍ଧାନ କରୁଛି।

ଇଡି ଅଧିକାରୀମାନେ ମଧ୍ୟ ତରୁଣ ରାଜୁଙ୍କ ବ୍ୟବସାୟ ଉପରେ ନଜର ରଖିଛନ୍ତି। ତାଙ୍କ ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ଜିନିଷ ଉପରେ ଯାଞ୍ଚ କରୁଛନ୍ତି । ଡିଆରଆଇ ଅନୁସନ୍ଧାନ ବେଳେ ହାୱାଲା ମାଧ୍ୟମରେ ଏହି କାରବାର ହୋଇଥିବା ନେଇ ଜଣାପଡିଛି। ଏନେଇ ଇଡି ଅଧିକାରୀମାନେ ଅନୁସନ୍ଧାନ କରୁଛନ୍ତି। 

ଅଡୁଆରେ ପଡିବେ ରାନ୍ୟା 

ସିବିଆଇ ଅଧିକାରୀମାନେ ସୁନା ଚୋରା ଚାଲାଣ ମାମଲାର ତଦନ୍ତକୁ ଜୋରଦାର କରିଛନ୍ତି। କୁହାଯାଉଛି ଯେ ସିବିଆଇ ଅଭିନେତ୍ରୀ ରାନ୍ୟା ରାଓଙ୍କୁ କଷ୍ଟଡିରେ ନେବ। କେମ୍ପିଗୋଡା ଅନ୍ତର୍ଜାତୀୟ ବିମାନବନ୍ଦର ପୋଲିସ ଷ୍ଟେସନର PSI ଏବଂ ଦୁଇ ପୋଲିସ କନଷ୍ଟେବଳଙ୍କ ବିବୃତ୍ତି ସିବିଆଇ ରେକର୍ଡ କରିସାରିଛି। ଅଭିନେତ୍ରୀ ବର୍ତ୍ତମାନ ପରପ୍ପନା ଅଗ୍ରହାର ଜେଲରେ ଅଛନ୍ତି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.