କର୍ଣ୍ଣାଟକ ବିଧାୟକ ମୋତେ ବିଧାନସଭା ଓ ତାଙ୍କ କାର ଭିତରେ ଦୁଷ୍କର୍ମ କରିଛନ୍ତି: ପୀଡ଼ିତା ମହିଳା

Published By : Prameya-News7 Bureau | September 26, 2024 IST

internet

ନୂଆଦିଲ୍ଲୀ: କର୍ଣ୍ଣାଟକ ବିଜେପି ବିଧାୟକ ଏନ୍ ମୁନିରତ୍ନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିବା ମହିଳା ଥାନାରେ ସାଂଘାତିକ ଅଭିଯୋଗ କରିଛନ୍ତି। ବିଧାୟକ ତାଙ୍କୁ ବିଧାନସଭା, ବିକାସୌଧରେ ଓ ତାଙ୍କ ସରକାରୀ ଗାଡ଼ି ଭିତରେ ଦୁଷ୍କର୍ମ କରିଥିବା ମହିଳା ଜଣଙ୍କ ଅଭିଯୋଗରେ ଲେଖିଛନ୍ତି। ପୁଲିସ ସୂତ୍ରରୁ ତଥ୍ୟ ନେଇ ରିପୋର୍ଟ ପ୍ରକାଶ କରିଛି ପିଟିଆଇ। 

ଆରଆର୍ ନଗର ନିର୍ବାଚନ ମଣ୍ଡଳୀର ବିଧାୟକ ଦୁଷ୍କର୍ମ ଓ ହନି ଟ୍ରାପ୍ ଅଭିଯୋଗରେ ଗିରଫ ହେବା ପରେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ରହିଛନ୍ତି। ବିଧାୟଙ୍କୁ ବର୍ତ୍ତମାନ ଏସଆଇଟି କଷ୍ଟିଡିକୁ ନେଇଛି। ହେଲେ ବିଧାୟକ କିନ୍ତୁ ଅଭିଯୋଗକୁ ସମ୍ପୂର୍ଣ୍ଣ ମିତ୍ୟା ବୋଲି କହିଛନ୍ତି । ଅନ୍ୟପଟେ ଅଭିଯୋଗ ଲାଗିବା ପରେ କଂଗ୍ରେସ ନେତା ଦୁଷ୍କର୍ମ ହୋଇଥିବା ସ୍ଥାନଗୁଡ଼ିକରେ ଶୁଦ୍ଧିକରଣ କରାଇଛନ୍ତି। କଂଗ୍ରେସ ନେତା ମନୋହରଙ୍କ ନେତୃତ୍ୱରେ ଏହି ଶୁଦ୍ଧିକରଣ କାର୍ଯ୍ୟକ୍ରମ ହୋଇଥିଲା। ଘଟଣାରେ ପୁଲିସ ମନୋହରଙ୍କୁ ମଧ୍ୟ ଅଟକ ରଖିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.