ଗାଡ଼ି ଛାଡିବାକୁ ନେଉଥିଲେ ଲାଞ୍ଚ, ଭିଡିଓ ଭାଇରାଲ୍ ପରେ ରରୁଆଁ ଥାନାର ASI ନିଲମ୍ବିତ

Published By : Prameya-News7 Bureau | August 08, 2025 IST

କରଞ୍ଜିଆ ୮।୮: ନିଲମ୍ବିତ ହେଲେ ଲାଞ୍ଚୁଆ ପୋଲିସ ବାବୁ । ମଟର ସାଇକେଲକୁ ରିଲିଜ କରିବାକୁ ନେଉଥିଲେ ଲାଞ୍ଚ । ଭିଡିଓ ଭାଇରାଲ୍ ପରେ କାର୍ଯ୍ୟାନୁଷ୍ଠାନ । ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ଗତ ୫ ତାରିଖ ଦିନ ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନାର ASI ମୀନକେତନ ପ୍ରଧାନ ଏକ ମଟର ସାଇକେଲକୁ ରିଲିଜ କରିବା ପାଇଁ ଦିନ ଦ୍ବିପ୍ରହରରେ ଲାଞ୍ଚ ନେଉଥିଲେ । ଯାହାର ଏକ ଭିଡିଓ ଭାଇରାଲ ହୋଇଥିଲା । ପରେ ଏ ନେଇ ଖବର ପ୍ରସାରଣ କରାଯାଇଥିଲା । ଖବର ପ୍ରସାରଣ ପରେ ଘଟଣାକୁ ଗୁରୁତ୍ବର ସହ ନେଇ ଉପଯୁକ୍ତ ତଦନ୍ତ କରିଥିଲେ ମୟୂରଭଞ୍ଜ ଏସ୍‌ପି । ମୟୁରଭଞ୍ଜ ଏସ୍‌ପି ସମ୍ପୃକ୍ତ ଲାଞ୍ଚୁଆ ପୋଲିସ ବାବୁଙ୍କୁ ନିଲମ୍ବିତ କରିଛନ୍ତି । ଏନେଇ ମୟୂରଭଞ୍ଜ ଏସ୍‌ପି ବରୁଣ ଘୁଣ୍ଟପାଲି ସୂଚନା ଦେଇଛନ୍ତି ।

You Can Read:

ମୟୂରଭଞ୍ଜର ଆଦିବାସୀ ମହିଳା ସୁରୁ ତିରିଆ ଯିବେ ରାଷ୍ଟ୍ରପତି ଭବନ, ନିମନ୍ତ୍ରଣ ପାଇ ଯେତିକି ଖୁସୀ ସେତିକି ଆଶ୍ଚର୍ଯ୍ୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.