ରତନ ଟାଟାଙ୍କୁ ଶେଷ ବିଦାୟ ଦେଲେ ଏକ୍ସ ଗର୍ଲଫ୍ରେଣ୍ଡ, ଲେଖିଲେ ଭାବପୂର୍ଣ୍ଣ ପୋଷ୍ଟ

Published By : Prameya-News7 Bureau | October 10, 2024 IST

ନୂଆଦିଲ୍ଲୀ ୧୦/୧୦: ସେମାନେ କହୁଛନ୍ତି ତୁମେ ଚାଲିଗଲ । ହେ ବନ୍ଧୁ...ବହୁତ କଷ୍ଟଦାୟକ । ହୃଦୟରୁ ତୁମକୁ ବିଦାୟ ବନ୍ଧୁ । ଏମିତି ଲେଖି ଭାବବିହ୍ୱଳ ହେଲେ ରତନ ଟାଟାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ, ଭଲ ବନ୍ଧୁ ତଥା ଅଭିନେତ୍ରୀ ସିମି ଗେରୱାଲ । 

କାରଣ ଦିନେ ସିମି ଗେରୱାଲ ରତନ ଟାଟାଙ୍କୁ ଭଲ ପାଉଥିଲେ । ତାଙ୍କ ବ୍ୟକ୍ତିତ୍ୱର ଦିଓ୍ୱାନୀ ହୋଇଥିଲେ ସିମି । ଆଉ କହି ବୁଲୁଥିଲେ ସେ ତାଙ୍କର ଜଣେ ଭଲ ବନ୍ଧୁ । କିନ୍ତୁ କିଏ ଜାଣିଥିଲା ଯେ ତାଙ୍କ ସାଙ୍ଗ ୮୬ ବର୍ଷ ବୟସରେ ହଠାତ୍ ତାଙ୍କୁ ବିଦାୟ ଦେବେ । ଯାହା ତାଙ୍କୁ ବେଶ୍‌ କଷ୍ଟ ଦେଇଛି ।  

୮୬ ବର୍ଷ ବୟସରେ ଆଖି ବୁଜିଛନ୍ତି ଟାଟା ଟ୍ରଷ୍ଟ ଚେୟାରମ୍ୟାନ୍ ତଥା ଟାଟା ସନ୍ସର ଚେୟାରମ୍ୟାନ ଏମେରିଟସ୍ ରତନ ଟାଟା । ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ ସେ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦୁଇ ଦିନ ତଳେ ତାଙ୍କ ଅସୁସ୍ଥତାକୁ ନେଇ ଚର୍ଚ୍ଚା ହୋଇଥିଲେ ମଧ୍ୟ, ସୋସିଆଲ ମିଡିଆରେ ଏହାକୁ ଖଣ୍ଡନ କରିଥିଲେ ନିଜେ ରତନ ଟାଟା । 


ବୁଧବାର ସେ ଆଇସିୟୁରେ ଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ନିଜର ଅମାୟିକ ବ୍ୟକ୍ତିତ୍ୱ ସରଳ ଜୀବନଶୈଳୀ, ମେଳାପି ସ୍ୱଭାବ ଏବଂ ବଦାନ୍ୟତା ପାଇଁ ପରିଚିତ ଥିଲେ ରତନ ଟାଟା । ୧୯୬୧ରେ ସେ ପ୍ରଥମେ ଟାଟାଷ୍ଟିଲରେ ଯୋଗ ଦେଇଥିଲେ ଏବଂ ୧୯୯୧ରେ ଜେଆରଡି ଟାଟା ଅବସର ନେବା ପରେ ସେ ଟାଟା ସନ୍ସ ଚେୟାରମ୍ୟାନ୍ ବନିଥିଲେ। 

ଶିଳ୍ପ କ୍ଷେତ୍ରରେ  ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ୨୦୦୦ ମସିହାରେ ପଦ୍ମଭୂଷଣ ଓ ୨୦୦୮ରେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରିଥିଲେ ଭାରତ ସରକାର ।   


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.