ଅସୁସ୍ଥ ପରେ ହସ୍ପିଟାଲରେ ରତନ ଟାଟା, ଇନଷ୍ଟାରେ ପୋଷ୍ଟ କରି କହିଲେ ମୁଁ ଭଲ ଅଛି

Published By : Prameya-News7 Bureau | October 07, 2024 IST

ନୂଆଦିଲ୍ଲୀ ୭/୧୦: ଭାରତର ଜଣାଶୁଣା ବିଜନେସ ମ୍ୟାନ ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଅସୁସ୍ଥ । ବ୍ଲଡ ପ୍ରେସର ଲୋ’ ଯୋଗୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି । ସୋମବାର ସକାଳୁ ତାଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ତାଙ୍କୁ ହସ୍‌ପିଟାଲର ଏମରଜେନ୍ସି ୱାର୍ଡକୁ ନିଆଯାଇଥିଲା । ଏହା ପରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଟିମ୍‌ଙ୍କ କହିବା ଅନୁସାରେ ଏବେ ରତନ ଟାଟାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ।




ସେପଟେ ନିଜ ସ୍ବାସ୍ଥ୍ୟ ସଂପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରି ରତନ ଟାଟା କହିଛନ୍ତି ଗଣମାଧ୍ୟମରେ ପ୍ରସାରିତ ଖବର ଗୁଜବ । ମୋର ବୟସ ଓ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ଯାଞ୍ଚ ପାଇଁ ହସ୍‌ପିଟାଲ ଆସିଛି । ଏ ବିଷୟରେ କୌଣସି ଚିନ୍ତା କରିବାର କାରଣ ନାହିଁ । ମୁଁ ଭଲ ଅଛି । ଜନସାଧାରଣ ଓ ଗଣମାଧ୍ୟମକୁ ଭୁଲ ତଥ୍ୟ ପ୍ରସାରିତ ନକରିବାକୁ ଅନୁରୋଧ କରୁଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.