ଆମେ ୧୫ ଜୁଲାଇ, ୨୦୨୪ଠାରୁ ଆମ ପ୍ଲାଟ୍ଫର୍ମରେ ଗ୍ରହଣ କରାଯାଇଥିବା ବ୍ଲଗଗୁଡ଼ିକର ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ କରିବୁ । ଉପଯୁକ୍ତ ଭିଡିଓଗୁଡ଼ିକର ପ୍ରସାରଣ ୧୫-୨୦ ଜୁଲାଇ, ୨୦୨୪ଠାରୁ କରାଯିବ ଏବଂ ଗ୍ରହଣ କରାଯାଇଥିବା ସମସ୍ତ ବ୍ଲଗକୁ ୨୨ ଜୁଲାଇ ସୁଦ୍ଧା ପ୍ରସାରଣ କରାଯିବ । ସମସ୍ତ ଭିଡିଓ ପୋଷ୍ଟ ହେବାର ୧୦ ଦିନ ସମୟ ଅବଧି ମଧ୍ୟରେ ସ୍କ୍ରିନ୍ ଫଳାଫଳ (ଲାଇକ୍, ଶେୟାର, ଭ୍ୟୁଜ୍) ଦ୍ୱାରା ସମସ୍ତ ଭିଡିଓର ପ୍ରଦର୍ଶନ ବିଚାରକୁ ନିଆଯିବ ।
ଅଗଷ୍ଟ ୩ ତାରିଖ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯିବ ଏବଂ ୫ ଅଗଷ୍ଟ ଦିନ ପୁରସ୍କାର ପ୍ରଦାନ ନିମନ୍ତେ ବିଜେତାଙ୍କୁ ଯୋଗାଯୋଗ କରାଯିବ ।
ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଆପଣଙ୍କ ଗଭୀର ଭକ୍ତିର ନିଦର୍ଶନ ଏବଂ ଆପଣଙ୍କ ସୃଜନଶୀଳତାକୁ ବ୍ୟାପକ ଦର୍ଶକଙ୍କ ନିକଟରେ ପହଞ୍ଚାଇବାକୁ ଏହି ଅଦ୍ଭୁତ ସୁଯୋଗର ହାତଛଡ଼ା କରନ୍ତୁ ନାହିଁ । ରଥଯାତ୍ରାର ଭାବଧାରା ସହିତ ଆପଣଙ୍କ ବ୍ଲଗ୍ ଦର୍ଶକଙ୍କୁ ପ୍ରେରିତ ଏବଂ ମନ୍ତ୍ରମୁଗ୍ଧ କରୁ । ସଦ୍ୟତମ ସୂଚନା ଏବଂ ସବିଶେଷ ବିବରଣୀ ନିମନ୍ତେ ଆମର ଡିଜିଟାଲ୍ ପ୍ଲାଟଫର୍ମ ପ୍ରମେୟ ନ୍ୟୁଜ-୭ ସହିତ ଯୋଡ଼ିହୋଇ ରୁହନ୍ତୁ ।
ଅଂଶଗ୍ରହଣକାରୀ ଶାଳୀନ ପୋଷାକ ପରିଧାନ କରିଥିବେ ଏବଂ ଭିଡିଓରେ ପୃଷ୍ଠଭୂମି ସଙ୍ଗୀତ (ବିଜିଏମ୍) ନ ଥିବା ଉଚିତ୍ ଓ ଏହା ୧ ମିନିଟ୍ ବିଶିଷ୍ଟ ହୋଇଥିବ । ଯୋଗ୍ୟ ଭିଡିଓ ପାଇଁ ଏହି ନିୟମ ପ୍ରଯୁଜ୍ୟ ।
Copyright © 2024 - Summa Real Media Private Limited. All Rights Reserved.