କୋରାପୁଟ ୬।୭: କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରରେ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା କିଭଳି ପାଳନ ହେବ ସେନେଇ ନ୍ୟୁଜ୍ ସେଭେନ୍ ମାଧ୍ୟମରେ ଜନସାଧାରଣଙ୍କୁ ସୂଚନା ଦେଇଛନ୍ତି କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ । ସମସ୍ତ ବିଭାଗୀୟ ଅଧିକାରୀ ସହ ମନ୍ଦିର ପରିଚାଳନା କମିଟି ସହ ଆଲୋଚନା ସରିଛି । ରବିବାର ରଥଯାତ୍ରାରେ କିଭଳି ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇପାରିବ ସେନେଇ ପୋଲିସର ମକ୍ ଡ୍ରିଲ୍ ମଧ୍ୟ ସରିଛି । ଜିଲ୍ଲା ବାହାରୁ ଆସୁଥିବା ଭକ୍ତଙ୍କ ସୁରକ୍ଷା ପ୍ରାଥମିକତା ରହିବ । ରବିବାର ଜାତୀୟ ରାଜପଥ ଉପରେ ସାପ୍ତାହିକ ବଜାର ଥିବାରୁ ତାହାକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଭକ୍ତ ଶାନ୍ତି ଶୃଙ୍ଖଳା ରକ୍ଷା କରି ମହାପ୍ରଭୁଙ୍କ ଦର୍ଶନ କରିବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ ।
You Can Read:
ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉତ୍କଳମଣି ଗୋପବନ୍ଧୁଙ୍କ ଶ୍ରାଦ୍ଧବାର୍ଷିକୀରେ ସାମିଲ