ବିଦେଶରେ ଘୋଷଯାତ୍ରା, ଆର୍ୟଲାଣ୍ଡ ରାଜଧାନୀ ଡ଼ବଲିନ ସହରରେ ଗଡିଲା ଜଗା ରଥ

Published By : Prameya-News7 Bureau | July 09, 2024 IST

ଭୁବନେଶ୍ବର ୯ବିଶ୍ବ ପ୍ରସିଦ୍ଧ ପୁରୀ ଘୋଷଯାତ୍ରାର ଆଜି ତୃତୀୟ ଦିବସ । ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ରଥ ଉପରେ ମହାପ୍ରଭୁଙ୍କ ସଂଧ୍ୟାଧୂପ ସରିବା ପରେ ଆରମ୍ଭ ହେବ ପହଣ୍ଡି ବିଜେ । ସକାଳୁ ରଥାରୂଢ ଶ୍ରୀବିଗ୍ରହଙ୍କ ମଙ୍ଗଳ ଆଳତୀ ପରେ ଅନ୍ୟାନ୍ୟ ନୀତିକାନ୍ତି ବଢ଼ି ସଂଧ୍ୟାଧୂପ ପରେ ପହଣ୍ଡି ଆରମ୍ଭ ହେବ। ଗତ ରବିବାର ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀମନ୍ଦିର ଛାଡି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଆସିଛନ୍ତି ଦାରୁ ଦେବତା । 

କେବଳ ପୁରୀରେ ନୁହେଁ ଦେଶ ବିଦେଶରେ ମଧ୍ୟ ପାଳିତ ହେଉଛି ଜଗତର ନାଥ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ବଡଦାଣ୍ଡ ନୁହେଁ ବିଦେଶରେ ଚକଚକିଆ ରାସ୍ତାରେ ଗଡିଲା ଜଗା ରଥ । 

ୟୁରୋପ ମହାଦେଶର ପଶ୍ଚିମ ତଟରେ ଥିବା ଆର୍ୟଲାଣ୍ଡ ଦେଶର ରାଜଧାନୀ ଡ଼ବଲିନ ସହରରେ ରଥଯାତ୍ରା ପାଳିତ ହୋଇଛି । ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ଆଜୀବନ ସଦସ୍ୟ ମନୋରଞ୍ଜନ ମହାନ୍ତିଙ୍କ ନେତୃତ୍ବରେ ରଥଯାତ୍ରା ପାଳିତ ହୋଇଯାଇଛି । ତିନି ରଥ ନୁହେଁ, ଗୋଟିଏ ରଥରେ ରଥାରୂଢ ହେଲେ ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟ, ଘଣ୍ଟି, ଢୋଲ ନାଦରେ ଭକ୍ତିମୟ ପରିବେଶରେ ଜଗା ପ୍ରେମରେ ତଲ୍ଲୀନ ସଭିଏଁ । ରଥଯାତ୍ରା ଅବସରରେ ପ୍ରବାସୀ ଓଡିଆ ସୁଦୂର ଆମେରିକାରେ ରହି କାଳିଆ ଠାକୁରର ରଥଯାତ୍ରା ପାଳନ କରିଛନ୍ତି । ଏଠାରେ ୩ ରଥ ନଥିଲେ ମଧ୍ୟ ଗୋଟିଏ ରଥରେ ୩ ଠାକୁରଙ୍କୁ ରଥାରୂଢ କରି ଅତି ଆନନ୍ଦର ସହିତ ରଥ ଟାଣିଛନ୍ତି ଭକ୍ତ । 


You Can Read:

କାଳିଆ ପ୍ରେମରେ ବିଶ୍ୱବ୍ରହ୍ମାଣ୍ଡ, ଆମେରିକାର ନ୍ୟୁ ଜର୍ସିରେ ରଥଯାତ୍ରା ପାଳିତ

  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.