କଟକ ୬।୪: ପୁରୀ ରଥ ନିର୍ମାଣ ପାଇଁ ଆରମ୍ଭ ହେଲା ରଥକାଠ ଚିରଟ କାମ । କଟକର ଖପୁରିଆରେ ଥିବା ସରକାରୀ ସ’ମିଲ୍ରେ ଏହି ରଥ କାଠ ଚିରଟର ଶୁଭ ଅନୁକୂଳ କରାଯାଇଛି । ପରମ୍ପରା ଅନୁସାରେ ରାମ ନବମୀରେ ରଥ ନିର୍ମାଣ ପାଇଁ ଜଙ୍ଗଲରୁ ଆସିଥିବା କାଠ ଚିରଟ କାମ ପାରମ୍ପରିକ ଭାବେ ଆରମ୍ଭ ହୋଇଥାଏ । ଚଳିତ ବର୍ଷ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ସେବାୟତ, ମୁଖ୍ୟ ମହାରଣା ଓ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକଙ୍କ ଉପସ୍ଥିତିରେ ଏହି ରଥ କାଠ ଚିରଟ ଆରମ୍ଭ ହୋଇଛି ।
ନୟାଗଡ଼ ଓ ବରଗଡ ଜଙ୍ଗଲରୁ ରଥ ତିଆରି ପାଇଁ କାଠ ସଂଗ୍ରହ ହୋଇଛି । ତିନି ରଥ ନିର୍ମାଣ ପାଇଁ ମୋଟ୍ ୮୧୮ ଖଣ୍ଡ କାଠ ଚିରଟ ହେବ । ରବିବାକ ସୁଦ୍ଧା କଟକ ସ’ମିଲ୍ରେ ୫ ଶହ ଖଣ୍ଡ କାଠ ପହଞ୍ଚିଛି । ଅସନ କାଠ, ଧଉରା କାଠ, ଫାଶୀ କାଠ, ସିମିଳି କାଠ ଓ ମଇ କାଠ ଭଳି ୭ ହଜାର ଘନଫୁଟ କାଠ ଚିରଟ ହେବ ।
ଶ୍ରୀମନ୍ଦିରର ସେବାୟତ ଓ ମନ୍ଦିର ପ୍ରଶାସନର ଅଧିକାରୀ ମାନେ ମନ୍ଦିରରୁ ଆଜ୍ଞାମାଳ ଓ ମହାପ୍ରସାଦ ଆଣି ସ’ମିଲ୍ରେ ପରମ୍ପରା ମୁତାବକ ପୂଜାର୍ଚ୍ଚନା କରିବା ପରେ ରଥକାଠ ଚିରଟ ଅନୁକୂଳ ହୋଇଛି ।
You Can Read:
କେନ୍ଦୁଝରରେ ୧୮ଟିକିଆ ହାତୀ ପଲଙ୍କ ଉପଦ୍ରବ, ଫସଲ ଖାଇବା ସହ ଦଳିଚକଟି କଲେ ନଷ୍ଟ