ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ ଚୂଡାନ୍ତ

Published By : Prameya-News7 Bureau | July 06, 2024 IST

ପୁରୀ ୬।୭: ରବିବାର ମହାପ୍ରଭୁଙ୍କର ଶ୍ରୀଗୁଣ୍ଡିଚା ଯାତ୍ରା ସହିତ ନବଯୌବନ ଓ ନେତ୍ରୋତ୍ସବ ନୀତି ଅନୁଷ୍ଠିତ ହେବ । ଗୋଟିଏ ଦିନରେ ଶ୍ରୀଗୁଣ୍ଡିଚା ଯାତ୍ରା ସହ ନବଯୌବନ ଓ ନେତ୍ରୋତ୍ସବ ପଡୁଥିବାରୁ ଭକ୍ତଙ୍କ ପାଇଁ ନବଯୌବନ ଦର୍ଶନ ବନ୍ଦ ରଖାଯାଇଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ନେଇ ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଛି ।

 

ମଙ୍ଗଳ ଆଳତୀ- ରାତ୍ର ୨ଟା 

ମଇଲମ୍- ରାତ୍ର ୨ଟା ୧୦ ମିନିଟ୍

ଅବକାଶ- ରାତ୍ର ୨ଟା ୩୦ ମିନିଟ୍

ଦଶଅବତାର ଠାକୁର ବାହୁଡା ବିଜେ- ୨ଟା ୪୦ ମିନିଟ୍

ତାଟି ଫିଟିବା- ୩ଟା 

ଧୂଆଧୂଇ ହୋଇ ଚୂନ ପଡିବା- ୩ଟା ୩୦ ମିନିଟ୍

ଦଇତାପତି ସର୍ବାଙ୍ଗ, ବନ୍ଦାପନା- ୩ଟା ୪୫ ମିନିଟ୍

ନେତ୍ରୋତ୍ସବ ବନ୍ଦାପନା- ୪ଟା

ରୋଷହୋମ- ୪ଟା 

ରାଜନୀତି- ୪ଟା ୧୫ ମିନିଟ୍

ଯାତ୍ରାଙ୍ଗୀ ମହାସ୍ନାନ- ୪ଟା ୪୫ ମିନିଟ୍

ମଇଲମ୍- ୪ଟା ୫୦ ମିନିଟ୍

ଘଣ୍ଟ ଛତା ସର୍ବାଙ୍ଗ- ୫ଟା ୧୦ ମିନିଟ୍

ସୂର୍ଯ୍ୟପୂଜା- ୫ଟା ୧୦ ମିନିଟ୍

ଦ୍ଵାରପାଳ ପୂଜା- ୫ଟା ୨୫ ମିନିଟ୍

ବେଶ ଶେଷ- ୫ଟା ୪୫ ମିନିଟ୍

ଗୋପାଳବଲ୍ଲଭ ଓ ସକାଳ ଧୂପ- ସକାଳ ୬ଟାରୁ ୭ଟା 

ସେନାପଟା ଲାଗି- ୭ଟା ୩୦ରୁ ୧୨ଟା ୩୦ ମିନିଟ୍

ରଥ ପ୍ରତିଷ୍ଠା- ୧୧ଟା

ମଙ୍ଗଳର୍ପଣ- ୧ଟା

ପହଣ୍ଡି ଆରମ୍ଭ- ୧ଟା ୧୦ ମିନିଟ୍

ପହଣ୍ଡି ଶେଷ- ୨ଟା ୩୦ ମିନିଟ୍

ମଦନମୋହନ, ଶ୍ରୀରାମ, ଶ୍ରୀକୃଷ୍ଣ ବିଜେ- ୩ଟା 

ଛେରାପହଁରା- ୪ଟା

ଚାରଫିଟା ଓ ଘୋଡ଼ା ସାରଥି ଲାଗିବା- ୪ଟା ୩୦ ମିନିଟ୍

ରଥ ଟଣା- ୫ଟା

 

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ନୀତି ନିର୍ଘଣ୍ଟ ହୋଇଥିଲେ ହେଁ ଏହା କେବଳ ସୂଚନା ପାଇଁ ଉଦ୍ଦିଷ୍ଟ ।‌ ଏହାର ପୂର୍ବରୁ କିମ୍ବା ପରେ ମଧ୍ୟ ନୀତି ସମ୍ପାଦିତ ହୋଇପାରେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।‌

You Can Read:

୯୬ତମ ଶ୍ରାଦ୍ଧ ବାର୍ଷିକୀରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ, ବିଧାନସଭା ପରିସରରେ ରୋପଣ କଲେ ବୃକ୍ଷ ଚାରା

 

 

 

 

  • odisha
  • OdishaNews
  • Ratha Yatra 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.