ରତ୍ନଭଣ୍ଡାର ଖୋଲିବା ନେଇ ଜୁଲାଇ ୬ରେ ନିଷ୍ପତ୍ତି, ସୂଚନା ଦେଲେ ଜଷ୍ଟିସ ବିଶ୍ୱନାଥ ରଥ

Published By : Prameya-News7 Bureau | July 05, 2024 IST

କଟକ ୦୫/୦୭: ରତ୍ନଭଣ୍ଡାର ଖୋଲାଯିବା ନେଇ ଆସନ୍ତାକାଲି ହେବ ନିଷ୍ପତ୍ତି । ଏନେଇ ସୂଚନା ଦେଲେ ଜଷ୍ଟିସ ବିଶ୍ୱନାଥ ରଥ। ରତ୍ନଭଣ୍ଡାର ତଦାରଖ କମିଟିର ଅଧ୍ୟକ୍ଷ ଅଛନ୍ତି ଜଷ୍ଟିସ ରଥ। ଗଛିତ ରତ୍ନ ଗୁଡିକର ଗଣତି ମଣତି ହେଉଛି ପ୍ରାଥମିକ କାର୍ଯ୍ୟ। ଯଦି ଆବଶ୍ୟକ ହୁଏ, ତେବେ ରତ୍ନ ଗୁଡିକର ମରାମତି କରାଯିବ । ତେବେ କେତେ ଦିନ ଏହି କାର୍ଯ୍ୟ ଚାଲିବ କହିବା ସମ୍ଭବ ନୁହେଁ ବୋଲି ଜଷ୍ଟିସ ରଥ କହିଛନ୍ତି । ତେବେ ଚାବି ହଜିବା ପ୍ରସଙ୍ଗରେ ଜଷ୍ଟିସ ରଥଙ୍କ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଭଣ୍ଡାର ଚାବି ସୁରକ୍ଷିତ ଥିବା ଗଜପତି ପୂର୍ବରୁ କହିଛନ୍ତି । 

ସୂଚନା ଥାଉକି, ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ ଜଣିଆ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ ନୂଆ କମିଟିର ମୁଖ୍ୟ ହେବେ । ୬ ତାରିଖରେ ଏହି ନୂଆ କମିଟି ବୈଠକ କରି ରତ୍ନଭଣ୍ଡାର କେବେ ଖୋଲାଯିବ ଓ ରତ୍ନଭଣ୍ଡାର ଖୋଲାଯିବା ନେଇ ରୂପରେଖ କଣ ରହିବ ସେ ନେଇ ନିଷ୍ପତ୍ତି ନେବ । ପୁରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଅଫିସରେ ଏହି ବୈଠକ ହେବ । ଆଉ ମରାମତି, ଗଣତି ଓ ମଣତି ନେଇ ନିଷ୍ପତି ନିଆଯିବ । 

କେଉଁ କେଉଁ ପ୍ରକ୍ରିୟାରେ ଏହା ହେବ ସେ ନେଇ ନିଷ୍ପତ୍ତି ନେବ କମିଟି । ଆଉ ଏହାପରେ ସରକାର ରତ୍ନଭଣ୍ଡାର ଖୋଲିବା ନେଇ ସ୍ପଷ୍ଟ ଚିତ୍ର ଦେବେ । କମିଟରେ କେଉଁ କେଉଁମାନେ ସଦସ୍ୟ ରହିବେ ତାର ସ୍ତୁବିସ୍ତୁତ ତଥ୍ୟ କାଲି ସରକାର ଦେବେ ।ଏହି ଘୋଷଣା ସହ ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଭଙ୍ଗ ହୋଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ତତକାଳୀନ ବିଜେଡି ସରକାର ଅରିଜିତ ପଶାୟ ତ୍ତଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରିଥିଲେ । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.