ମୁମ୍ବାଇ ୧୨।୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୁଧବାର ଘୋଷଣା କରିଛନ୍ତି ଯେ ଖୁବ୍ ଶୀଘ୍ର ୫୦ ଟଙ୍କାର ନୂଆ ନୋଟ୍ ଜାରି କରାଯିବ। ଏହି ନୋଟ୍ ଖୁବ୍ ଶୀଘ୍ର ବଜାରକୁ ଆସିବ। ଏହି ନୂଆ ନୋଟରେ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ସ୍ୱାକ୍ଷର ରହିବ। ମଲହୋତ୍ରା ଡିସେମ୍ବର ୨୦୨୪ରେ ଆରବିଆଇ ନୂଆ ଗଭର୍ଣ୍ଣର ରୂପେ ଦାୟିତ୍ୱ ଗ୍ରହଣ କରିଥିଲେ। ଶକ୍ତି କାନ୍ତ ଦାସ ଅବସର ନେବା ପରେ ତାଙ୍କର ନିଯୁକ୍ତି ହୋଇଥିଲା।
RBI ने घोषणा की है कि जल्द ही महात्मा गांधी नई श्रृंखला में 50 रुपये मूल्यवर्ग के बैंक नोट जारी करेगा, जिस पर गवर्नर संजय मल्होत्रा के हस्ताक्षर होंगे।#RBI pic.twitter.com/DMhjL6NJN4
— Surender Kumar 🇮🇳 (@Surender_10K) February 12, 2025
ଆରବିଆଇ ତାଙ୍କ ବୟାନରେ କହିଛନ୍ତି ଯେ ଜାରି ହେବାକୁ ଥିବା ନୋଟ୍ ର ଡିଜାଇନ ମହାତ୍ମା ଗାନ୍ଧି ନୂଆ ସିରିଜର ୫୦ ଟଙ୍କା ନୋଟ୍ ଭଳି ରହିବ। ଏହା ସହିତ ପୂର୍ବରୁ ପ୍ରଚଳିତ ୫୦ ଟଙ୍କା ନୋଟ୍ ଗୁଡିକ ମଧ୍ୟ ବଜାରରେ ବୈଧ ରହିବ। ପୂର୍ବରୁ ଜାରି ହୋଇଥିବା ମହାତ୍ମା ଗାନ୍ଧି ସିରିଜ ନୋଟର ଆକାର ୫୬ମିମିX ୧୩୫ ମିମି ଥିଲା। ଏହି ନୋଟ୍ ଗୁଡିକର ରଙ୍ଗ ଫ୍ଲୋରୋସେଣ୍ଟ ବ୍ଲୁ ଥିଲା। ନୋଟ ଗୁଡିକରେ ରଥ ସହିତ ହାମ୍ପି ମନ୍ଦିରର ଫଟୋ ରହିଛି, ଯାହା ଭାରତର ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶିତ କରୁଛି।
ଭାରତରେ ୨ ହଜାର ଟଙ୍କା ନୋଟ୍ କୁ ଆରବିଆଇ ଦେଢ ବର୍ଷ ପୂର୍ବେ ବନ୍ଦ କରିଦେଇଛନ୍ତି। ତେବେ ଅନୁମାନ କରାଯାଉଛି ଏପରି ହଜାର ହଜାର ଲୋକ ଅଛନ୍ତି ଯେଉଁମାନଙ୍କ ନିକଟରେ ୨ ହଜାର ଟଙ୍କା ନୋଟ୍ ରହିଛି। ନିକଟରେ ଆରବିଆଇଙ୍କ ଏକ ବୟାନ ଆସିଥିଲା। ଏଥିରେ କୁହାଯାଇଥିଲା ଯେ ଚଳିତବର୍ଷ ଜାନୁୟାରୀ ମାସ ୩୧ ତାରିଖ ସୁଦ୍ଧା ୯୮.୧୫ ପ୍ରତିଶତ ୨ ହଜାର ଟଙ୍କାର ଗୋଲାପି ନୋଟ୍ ବ୍ୟାଙ୍କିଙ୍ଗ ସିଷ୍ଟମକୁ ଫେରି ଆସିଛି।