ରିଲାଏନ୍ସ ରିଟେଲରେ ନୂଆ ଏଲଇଡି କଲେକ୍ସନ, ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଟିଭିରେ ମିଳିବ 4K ସହ ହୋମ୍‌ ଥିଏଟରର ମଜା

Published By : Prameya-News7 Bureau | December 14, 2024 IST

ମୁମ୍ବାଇ / ଭୁବନେଶ୍ୱର: ଭାରତର ସର୍ବବୃହତ ଖୁଚୁରା ରିଟେଲର ରିଲାଏନ୍ସ ରିଟେଲ ଲିମିଟେଡ, ୬ଟି ନୂଆ ଏଲଇଡି କଲେକ୍ସନର ଶୁଭାରମ୍ଭ କରିଛି। ଏହି ଟିଭି ଗୁଡ଼ିକ ସ୍ୱଦେଶୀ ଭାବେ ତିଆରି କରାଯାଇଥିବାବେଳେ ଏଥିରେ ରହିଛି ହୋମ ଥିଏଟର ଫିଚର। ବିପିଏଲ୍ ବ୍ରାଣ୍ଡ ଅଧୀନରେ ତିଆରି ହୋଇଥିବା ଏହି ଟିଭିରେ ରହିଛି ପ୍ରସିଦ୍ଧ ଅଡିଓ କମ୍ପାନି ହରମନ (HARMAN)ର ହୋମ ଥିଏଟର ସିଷ୍ଟମ। ଯାହା ଗ୍ରାହକଙ୍କୁ ଦମଦାର ସାଉଣ୍ଡ ଏବଂ ଅସାଧାରଣ ପିକଚର କ୍ଵାଲିଟି ସହ ସିନେମା ଦେଖିବାରେ ଦେବ ଏକ ନୂଆ ଅନୁଭବ। 

କମ୍ପାନୀ ଅନୁଯାୟୀ, ବଜାରରେ ଉଚ୍ଚ-ଗୁଣବତ୍ତା ଏବଂ ହାଇ-ଡେଫିନେସନ ଡିଜିଟାଲ୍ କଣ୍ଟେଣ୍ଟର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହା ସହ ତାଳ ଦେଇ ଗ୍ରାହକମାନେ ଏଭଳି ଟିଭି ଖୋଜୁଛନ୍ତି ଯାହା ବଢ଼ିଆ ପିକଚର ଏବଂ ସାଉଣ୍ଡ କ୍ବାଲିଟିରେ ମନୋରଞ୍ଜନ ପ୍ରଦାନ କରିପାରିବ। ଆଉ ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ରିଟେଲର ଅଡିଓ-ଇଏଫଏକ୍ସ ଟ୍ୟୁନିଂ ସଫ୍ଟୱେୟାର ଏବଂ ହରମନର ସହଯୋଗରେ ବିପିଏଲ ହୋମ ଥିଏଟର ଟିଭି କଲେକ୍ସନ ଆରମ୍ଭ କରାଯାଇଛି।

ଏହି କଲେକ୍ସନରେ ଥିବା ୬ଟି ହୋମ ଥିଏଟର ସମ୍ପୂର୍ଣ୍ଣ ରୂପେ 'ମେଡ୍-ଇନ୍-ଇଣ୍ଡିଆ' ବା ଭାରତରେ ନିର୍ମିତ ଅଟେ। ବିପିଏଲ୍ ହୋମ୍ ଥିଏଟର ଏଲଇଡି ଟିଭି ଏବେ ସାରା ଦେଶରେ ଇଲେକ୍ଟ୍ରୋନିକ୍ ଷ୍ଟୋର, ରିଟେଲ ଆଉଟଲେଟ୍ ଏବଂ ଜିଓ ମାର୍ଟ ଓ ରିଲାଏନ୍ସ ଡିଜିଟାଲ ୱେବସାଇଟ ତଥା ଇ-କମର୍ସ ମାର୍କେଟପ୍ଲେସରେ ଉପଲବ୍ଧ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.