'ସୋସିଆଲ ମିଡିଆରୁ ହଟାଅ ଶୁଣାଣି ଭିଡିଓ' କେଜ୍ରିୱାଲଙ୍କ ପତ୍ନୀଙ୍କୁ ଦିଲ୍ଲୀ ହାଇକୋର୍ଟ ନୋଟିସ

Published By : Prameya-News7 Bureau | June 15, 2024 IST

ନୂଆଦିଲ୍ଲୀ ୧୫/୦୬: ବଢିପାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲଙ୍କ ଅଡୁଆ । କେଜ୍ରିୱାଲଙ୍କ ହାଜର ସମୟରେ ସୋସିଆଲ ମିଡିଆରେ ମାମଲାର ଶୁଣାଣିର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିବାରୁ ସୁନୀତା କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଦାବି କରାଯାଇଛି । 

ଏହି ଆବେଦନ ଉପରେ ଦିଲ୍ଲୀ ହାଇକୋର୍ଟ ସୁନୀତା କେଜ୍ରିୱାଲଙ୍କ ସମେତ ସମସ୍ତ ପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ଏହି ଭିଡିଓ ସେହି ସମୟର, ଯେଉଁ ସମୟରେ କେଜ୍ରିୱାଲଙ୍କୁ ଗିରଫ କରାଯିବା ସହ ସେ କୋର୍ଟ ସମ୍ମୁଖରେ ତାଙ୍କ ପକ୍ଷ ଉପସ୍ଥାପନ କରିଥିଲେ । 

ସୁନୀତାଙ୍କ ସମେତ ସମସ୍ତ ପକ୍ଷଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟରୁ ଭିଡିଓ ଡିଲିଟ କରିବାକୁ ହାଇକୋର୍ଟ କହିଛନ୍ତି । ଏହି ଭିଡିଓଗୁଡିକ ପୋଷ୍ଟ କରିଥିବା ଲୋକଙ୍କୁ ଡିଲିଟ କରିବାକୁ ହାଇକୋର୍ଟ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୯ରେ ହେବ। 

ଦିଲ୍ଲୀ ହାଇକୋର୍ଟର ଭିଡିଓ କନଫରେନ୍ସିଂ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଜଷ୍ଟିସ ନୀନା ବନସଲ କୃଷ୍ଣ ଏବଂ ଅମିତ ଶର୍ମାଙ୍କ ଏକ ବେଞ୍ଚ ସୁନୀତା କେଜ୍ରିୱାଲ ଏବଂ ସୋସିଆଲ ମିଡିଆ ମଧ୍ୟସ୍ଥି ଏକ୍ସ, ମେଟା ଏବଂ ୟୁଟ୍ୟୁବ ସମେତ ୬ ଜଣଙ୍କୁ ନୋଟିସ ଜାରି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.